ଓଡ଼ିଶା ଫେରିଲେ ଜଗା-କାଳିଆ

କଟକ ଅଫିସ,୭।୯: ଦିଲ୍ଲୀର ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌ (ଏମ୍ସ)ରେ ଚିକିତ୍ସିତ ହେଉଥିବା ଓଡ଼ିଶାର ଯୋଡା ମୁଣ୍ଡ ଶିଶୁ ଜଗା-କାଳିଆ ଶନିବାର ଓଡିଶା ଫେରିଛନ୍ତି। ରାଜଧାନୀ ଏକ୍ସପ୍ରେସରେ ସେମାନେ ପ୍ରଥମେ ବାଲେଶ୍ୱରରେ ପହଞ୍ଚିଥିବା ଖବର ଆସିଥିଲା। ଏବେ ସେମାନଙ୍କୁ କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଚିକିତ୍ସା କରାଯିବ ବୋଲି ଜଣାପଡିଛି। ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରାୟ ଦୁଇ ବର୍ଷ ପରେ ଦିଲ୍ଲୀରୁ ଓ ଫେରୁଥିବାରୁ ଏମାନଙ୍କୁ ଦେଖିବାକୁ ସାଧାରଣରେ ଉତ୍ସାହ ଦେଖିବାକୁ ମିଳିଛି। ଗତକାଲି ସାରେ ଦିଲ୍ଲୀରୁ ରାଜଧାନୀ ଏକ୍ସପ୍ରେସରେ କଟକ ଅଭିମୁଖେ ଜଗା-କାଳିଆ ବାହାରିଥିଲେ। ଦିଲ୍ଲୀ ଏମ୍ସର ନ୍ୟୁରୋ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ଦୀପକ ଗୁପ୍ତା ଓ ନ୍ୟୁରୋ ଆନାସ୍ଥେସିଆ ବିଭାଗ ଡାକ୍ତର ଗିରିଜା ରଥଙ୍କ ସହ ଓଡ଼ିଶା ନିବାସ କର୍ମଚାରୀଙ୍କୁ ମିଶାଇ ମୋଟ ୧୧ ଜଣ ଜଗା-କାଳିଆଙ୍କ ସହ ଆସୁଛନ୍ତି। ସୂଚନାଯୋଗ୍ୟ, ୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲିପଡା ଗାଁର ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଅଭିଜ୍ଞ ଡାକ୍ତରୀ ଟିମଙ୍କ ଦ୍ୱାରା ସଫଳତାର ସହ ଅସ୍ତ୍ରୋପଚାର କରି ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା।

Share