ଓଡ଼ିଶା ଫେରୁଛନ୍ତି ଅଭିନେତା ବିଜୟ ମହାନ୍ତି

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ଓଲିଉଡ୍‌ର ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଶନିବାର ହାଇଦ୍ରାବାଦରୁ ଆମ୍ବୁଲାନ୍ସ ବସ୍‌ ଯୋଗେ ଓଡ଼ିଶା ଆସୁଥିବା ଜଣାପଡ଼ିଛି। ରବିବାର ସେ ଭୁବନେଶ୍ୱରରେ ପହଞ୍ଚିବେ। ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ହସ୍ପିଟାଲରେ ଭର୍ତ୍ତି କରାଯିବ।
ସୂଚନାଯୋଗ୍ୟ, ବିଜୟ ୧୫ ଦିନ ତଳେ ଗୁରୁତର ଅସୁସ୍ଥ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ। ସେ ଓଡ଼ିଶା ଫେରି ଚିକିତ୍ସିତ ହେବେ ବୋଲି ଏକ ଆମ୍ବୁଲାନ୍ସ ବସ୍‌ର ବ୍ୟବସ୍ଥା କରାଯାଇଛି। ସେଥିରେ ନର୍ସ, ଡାକ୍ତର ଏବଂ ଆଇସିୟୁ ବ୍ୟବସ୍ଥା କରାଯାଇଛି। ତାଙ୍କ ପରିବାର ସଦସ୍ୟ ମଧ୍ୟ ତାଙ୍କ ସହ ଫେରୁଥିବା ସୂଚନା ମିଳିଛି।

Share