ଓଡ଼ିଶା ବକ୍ସିଂ ଦଳର ଉତ୍ତରାଖଣ୍ଡ ଯାତ୍ରା

ବ୍ରହ୍ମପୁର-ଅଫିସ୍‌,୫ା୬- ଉତ୍ତରାଖଣ୍ଡର ରୁଦ୍ରପୁରରେ ଆସନ୍ତା ୮ରୁ ୧୩ତାରିଖ ପର୍ଯ୍ୟନ୍ତ ତୃତୀୟ ଜାତୀୟ ୟୁଥ୍‌ ପୁରୁଷ ଏବଂ ମହିଳା ବକ୍ସିଂ ଚାମ୍ପିୟନ୍‌ଶିପ୍‌ ଅନୁଷ୍ଠିତ ହେବ। ଏଥିରେ ଭାଗନେବା ପାଇଁ ଓଡ଼ିଶା ଦଳର ଚୟନ ଶିବିର ଗତ ରବିବାର ବ୍ରହ୍ମପୁର ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଥିଲା। ୧୬ଜଣିଆ ପୁରୁଷ ଏବଂ ମହିଳା ଦଳ ଚୟନ କରାଯାଇଥିବା ବେଳେ ସେଥିରେ ଗଞ୍ଜାମ ଜିଲାର ଥିଲେ ୯ ଖେଳାଳୀ। ମଙ୍ଗଳବାର ଖେଳାଳୀମାନେ ଉତ୍ତରାଖଣ୍ଡ ଅଭିମୁଖେ ଯାତ୍ରା କରିଛନ୍ତି। ବ୍ରହ୍ମପୁରରୁ ଭୁବନେଶ୍ୱର ଯାଇ ସେଠାରୁ ଓଡ଼ିଶା ଦଳ ସହ ଉତ୍ତରାଖଣ୍ଡ ଯିବେ। ଏହି ଖେଳାଳୀମାନେ ହେଲେ ଅବିନାଶ କୁମାର ବିଷୋୟୀ(୪୯କିଲୋ), ବିକ୍ରମ ନାୟକ(୫୨କିଲୋ), ରାଜେଶ କୁମାର ସାହୁ(୫୬କିଲୋ), ଗଣେଶ ମହାପାତ୍ର(୬୪କିଲୋ), ପି.ରାହୁଲ(୬୯କିଲୋ),ବି.ସୁରଜ(୭୫କିଲୋ),ଗଞ୍ଜାମର ଏ.ରିତୁ ରାଓ(୪୮କିଲୋ), ଏସ୍‌.ରୋଜା ଆଚାରୀ(୫୪କିଲୋ) ଏବଂ ଶ୍ରୋତା ଶତପଥୀ(୬୪କିଲୋ)। ଦଳ ସହ କୋଚ୍‌ ଏବଂ ମ୍ୟାନେଜର୍‌ ଭାବେ ଏ. ନାୟକ, ସୁଦର୍ଶନ ସାହୁ, ଏ. ଦାସ, ସୁନିଲ ବେହେରା ଯାତ୍ରା କରିଛନ୍ତି। ରେଫ୍ରି ଶିଶିର କୁମାର ପାଣିଗ୍ରାହୀ ଏବଂ ଓଡ଼ିଶା ଆମେଚର ବକ୍ସିଂ ସଂଘ ସମ୍ପାଦକ ଅନିଲ ବହିଦାର ସୁପରଭାଇଜର୍‌ ଭାବେ ଯାତ୍ରା କରିଛନ୍ତି ।

Share