Categories: ବାଣିଜ୍ୟ

ଓଡ଼ିଶା ବଜାରରେ ନୂଆ ରିୟଲମି ୩ ପ୍ରୋ

ଭୁବନେଶ୍ୱର,୨୯-୫(ବ୍ୟୁରୋ): ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ ରିୟଲମି ପକ୍ଷରୁ ନୂଆ ‘ରିୟଲମି ୩ ପ୍ରୋ’ ମଡେଲ ଓଡ଼ିଶା ବଜାରରେ ପ୍ରବେଶ କରିଛି। ଏହା କମ୍ପାନୀର ଅଧିକୃତ ଷ୍ଟୋର ସମେତ ରିଟେଲ ଷ୍ଟୋରଗୁଡିକରେ ଉପଲବ୍ଧ ହେବ। ସ୍ଥାନୀୟ ଡମଣାଛକସ୍ଥିତ ମିରାକିଲ ମୋବାଇଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରିୟଲମିର ରାଜ୍ୟ ମୁଖ୍ୟ ନିଶ୍କଳଙ୍କ ମହାନ୍ତି, ଷ୍ଟକିଷ୍ଟ ସୁମିତ ଅଗ୍ରଓ୍ବାଲ ଏବଂ ଷ୍ଟୋର ଓନର ଜିତେନ୍ଦ୍ର କୁମାର ସାହୁ ଏହାର ବଜାର ପ୍ରବେଶ କରାଇଥିଲେ। ଏହି ଅବସରରେ କମ୍ପାନୀର ହାପି କଷ୍ଟମରଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଉପହାର ମଧ୍ୟ ପ୍ରଦାନ କରାଯାଇଥିଲା। ସେହିଭଳି ଭୁବନେଶ୍ୱରର ୟୁନିକର୍ନ ମୋବାଇଲ ଏବଂ ଲକ୍ଷ୍ମୀ ମୋବାଇଲ ଷ୍ଟୋରରେ ଏହି ମଡେଲଟିକୁ ବଜାର ପ୍ରବେଶ କରାଯାଇଛି। ଏହି ଅବସରରେ ଲକ୍ଷ୍ମୀ ମୋବାଇଲର ସ୍ବତ୍ତ୍ୱାଧିକାରୀ ନକୁଳ ସୁବୁଦ୍ଧି ଏବଂ ୟୁନିକର୍ନ ମୋବାଇଲଠାରେ ସ୍ବତ୍ତ୍ୱାଧିକାରୀ ସୂର୍ଯ୍ୟରଞ୍ଜନ ପାତ୍ର ଉପସ୍ଥିତ ଥିଲେ। ଗୋଟିଏ ମାସ ତଳେ ଅନ୍‌ଲାଇନରେ ଏହି ମଡେଲଟିକୁ ବଜାର ପ୍ରବେଶ କରାଇଥିବା ବେଳେ ଏହା ମଙ୍ଗଳବାରଠାରୁ ସାରା ରାଜ୍ୟରେ ଶୁଭାରମ୍ଭ ହୋଇଥିବା ରାଜ୍ୟ ମୁଖ୍ୟ ନିଶ୍କଳଙ୍କ ମହାନ୍ତି ସୂଚନା ଦେଇଛନ୍ତି। ଅଫଲାଇନରେ ମଧ୍ୟ ଏହାର ବିକ୍ରି ଭଲ ରହିବ ବୋଲି ଆଶାବାଦୀ ଥିବା ମହାନ୍ତି କହିଛନ୍ତି।
ପ୍ରମୁଖ ଫିଚର
-୪ଜିବି+୬୪ ଜିବି ଭାରିଆଣ୍ଟ ମୂଲ୍ୟ ୧୩,୯୯୯ ଟଙ୍କା
୬ଜିବି+ ୬୪ଜିବି ମୂଲ୍ୟ ୧୫,୯୯୯ ଟଙ୍କା
୬ ଜିବି+୧୨୮ ଜିବି ୧୬,୯୯୯ ଟଙ୍କା
-କ୍ୱାଲକମ୍‌ ସ୍ମାପଡ୍ରାଗନ ୭୧୦ ପ୍ରୋସେସର, ଆଡ୍ରେନୋ ୬୧୬ ଜିପିୟୁ ସହ
-କଲରଓଏସ୍‌୬.୦, ଆଣ୍ଡ୍ରଏଡ ୯.୦ ପାଏ
– ୬.୩ ଇଞ୍ଚ ଆଇପିଏସ୍‌ ଏଫ୍‌ଏଚ୍‌ଡି
-୨୫୬ ଜିବି ପର୍ଯ୍ୟନ୍ତ ଏକ୍ସପାଣ୍ଡେବଲ ମେମୋରୀ
– ୪୦୪୫ ଏମ୍‌ଏଏଚ୍‌ ବ୍ୟାଟେରୀ
-୨୫ ମେଗା ପିକ୍ସେଲ ସେଲ୍ଫି କ୍ୟାମେରା, ୬୪ ମେଗା ବ୍ୟାକ୍‌ କ୍ୟାମେରା

Share