Categories: ବାଣିଜ୍ୟ

ଓଡ଼ିଶା ବଜାରରେ ରେନୋର ନୂଆ ଟ୍ରାଇବର

ଭୁବନେଶ୍ୱର, ୫-୯(ବ୍ୟୁରୋ): ରେନୋ ପକ୍ଷରୁ ଏହାର ନୂଆ ଯାନ ଟ୍ରାଇବରକୁ ଓଡ଼ିଶା ବଜାରରେ ପ୍ରବେଶ କରାଯାଇଛି। ସ୍ଥାନୀୟ ସିଆର୍‌ପି ଛକ ନିକଟସ୍ଥ ଗର୍ଗସନ ଅଟୋମୋବାଇଲର ରେନୋ ଭୁବନେଶ୍ୱର ଶୋ’ରୁମରେ ଏହାକୁ ବୁଧବାର ଉନ୍ମୋଚନ କରାଯାଇଛି। ଗର୍ଗସନ ଅଟୋମୋବାଇଲର ଏମ୍‌ଡି ସତିଶ ଗର୍ଗ, ଡାଇରେକ୍ଟର ସିଦ୍ଧାର୍ଥ ଗର୍ଗ, ଭିପି ରଞ୍ଜନ ମହାପାତ୍ର ଏବଂ ଗୁପ୍ତା ପାଓ୍ବାରର ଅଧ୍ୟକ୍ଷ ମହେନ୍ଦ୍ର ଗୁପ୍ତା ନୂଆ ଯାନଟିକକୁ ଶୁଭାରମ୍ଭ କରିଛନ୍ତି। ଯାନଟିର ବଜାର ଦର ୪.୯୫ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ଗ୍ରାହକ ଏଥିରେ ଅନେକ ଆକର୍ଷଣୀୟ ଫିଚର ପାଇ ପାରିବେ। ରେନୋ ଏହାକୁ ସୁପର ସ୍ପେଶିୟସ ଏବଂ ଅଲ୍ଟା ମଡ୍ୟୁଲାର ଗେମ୍‌ ଚେଞ୍ଜର ଭାବେ ପରିକଳ୍ପନା କରିଛି। ଯାନଟିରେ ମନଲୋଭା ଡିଜାଇନ ରହିଛି। ସେହିଭଳି ପର୍ଯ୍ୟାପ୍ତ ରୁମ, ଲିଟର ପିଛା ୨୦.୦୫ କିମି ମାଇଲେଜ, ମଡୁଲାର ଭିତ୍ତିକ ୪ ମିଟର ମଧ୍ୟରେ ୭ ଜଣ ବସିବାର ସୁବିଧା କରାଯାଇଛି।
ଏହା ୪ଟି ଟ୍ରିମରେ ଉପଲବ୍ଧ। ନୂଆ ଯାନଟିରେ ରହିଛି ୨୦ ପ୍ରମୁଖ ବୈଶିଷ୍ଟ୍ୟ। ଏହାବାଦ ୧୦ରୁ ଅଧିକ ସିଟ କନଫିଗରେଶନ, ଇଜି ଫିକ୍ସ ସିଟ୍‌, ଏସ୍‌ୟୁଭି ସ୍କିଡ ପ୍ଲେଟ, ଏଲ୍‌ଇଡି ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ୨ୟ ଏବଂ ତୃତୀୟ ଧାଡିରେ ଦ୍ୱେତ ଏସି ଭେଣ୍ଟ, ୧୮୨ ଏମ୍‌ଏମ୍‌ ମିଟରର ଉଚ୍ଚ ଗ୍ରାଉଣ୍ଡ କ୍ଲିୟରାନ୍ସ, ୮ ଇଞ୍ଜର ଟଚ୍‌ ସ୍କ୍ରିନ ମିଡିଆ ଏନ୍‌ଏଭି ଇଭୋଲ୍ୟୁଶନ ସିଷ୍ଟମ ଏଥିରେ ରହିଛି। ଯାନଟି ୧.୦ ଲିଟର ପେଟ୍ରୋଲ ଇଞ୍ଜିନ ସହ ଆସୁଛି ଯାହା ଉନ୍ନତ ଇନ୍ଧନ ଦକ୍ଷତା ପ୍ରଦାନ କରିବ। ଅପରପକ୍ଷରେ ଗ୍ରାହକ ଏଥିରେ କମ୍‌ ମୂଲ୍ୟରେ ରକ୍ଷଣାବେକ୍ଷଣ ପ୍ୟାକେଜ ଏବଂ କ୍ଲାସ ଲିଡିଂ ସମ୍ପ୍ରସାରିତ ପ୍ୟାକେଜ ଲାଭ କରିପାରିବେ। କାର୍ଯ୍ୟକ୍ରମରେ ସେଲ୍‌ସ ଡିଜିଏମ୍‌ ଅମୂଲ୍ୟରତ୍ନ ମହାପାତ୍ର ଯାନଟିର ବିଶେଷତ୍ୱ ଉପରେ ଏକ ପ୍ରେଜେଟଣ୍ଟେଶନ ରଖିଥିଲେ।
ସୁଲଭ ମୂଲ୍ୟରେ ଅତ୍ୟାଧୁନିକ ଫିଚର
ରେନୋର ନୂଆ ଟ୍ରାଇବର ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ଅତ୍ୟାଧୁନିକ ଫିଚର ପ୍ରଦାନ କରିବ। କମ୍ପାନୀର ଏହି ମଡେଲଟି ଗ୍ରାହକଙ୍କ ଠାରୁ ଭଲ ରେସପନ୍ସ ପାଇବ ବୋଲି ଆଶାବାଦୀ ରହିଛୁ। ଏହି ମଡେଲ ଦ୍ୱାରା ଗ୍ରାହକ ସୁଲଭତା, ସ୍ପେଶ, ବେଷ୍ଟ ଇନ କ୍ଲାସ ଟେକ୍ନୋଲୋଜି ପାଇ ପାରିବେ। ଶୋ’ରୁମରେ ଏହି ଯାନ ସମ୍ପର୍କରେ ସମସ୍ତ ସୂଚନା ଦେବା ଲାଗି ଅଭିଜ୍ଞ ଟିମ୍‌ ରହିଛନ୍ତି। କୌଣସି ଗ୍ରାହକ ସେମାନଙ୍କ ପରିବାର ସହ ଆସି ଏହାର ଟେଷ୍ଟ ଡ୍ରାଇଭ ନେଇ ପାରିବେ।
– ସିଦ୍ଧାର୍ଥ ଗର୍ଗ, ଡାଇରେକ୍ଟର, ଗର୍ଗସନ ଅଟୋମୋବାଇଲ
ଓଡ଼ିଶା ଗ୍ରାହକଙ୍କ ଦ୍ୱାରା ଆଦୃତ ହେବ
ନୂଆ ରେନୋ ଟ୍ରାଇବର ମଡେଲ ଜାତୀୟ ସ୍ତରରେ ଶୁଭାରମ୍ଭ ହୋଇଥିବା ବେଳେ ଏହାକୁ ଓଡ଼ିଶା ବଜାରରେ ପ୍ରବେଶ କରାଯାଇଛି। ଏହା ଉନ୍ନତ ବୁକିଂ ଲାଭ କରିବ ବୋଲି ଆଶା ରଖିଛୁ। ବର୍ତ୍ତମାନ ସୁଦ୍ଧା ଗ୍ରାହକଙ୍କଠାରୁ ଭଲ ରେସପନ୍ସ ମିଳିଛି। ଏହି ଧାରା ଜାରି ରହିବା ନେଇ ବେଶ ଆଶାବାଦୀ ରହିଛୁ। ଯାନଟି ଉକ୍ତ ବର୍ଗରେ ସ୍ବତନ୍ତ୍ର ହୋଇଥିବାରୁ ଓଡ଼ିଶା ଗ୍ରାହକଙ୍କ ଦ୍ୱାରା ଏହା ଆଦୃତ ହେବ।
– ରଞ୍ଜନ ମହାପାତ୍ର, ଭିପି ଗର୍ଗସନ ଅଟୋମୋବାଇଲ

Share