Categories: ବାଣିଜ୍ୟ

ଓଡ଼ିଶା ବଜାରରେ ରେନୋର ନୂଆ ଡଷ୍ଟର

ଭୁବନେଶ୍ୱର,୧୩।୭(ବ୍ୟୁରୋ): ରେନୋ ଇଣ୍ଡିଆ ପକ୍ଷରୁ ନୂଆ ଡଷ୍ଟର ମଡେଲ ଯାନ ଓଡ଼ିଶା ବଜାରରେ ପ୍ରବେଶ କରିଛି। ସ୍ଥାନୀୟ ପାହାଳସ୍ଥିତ ରେନୋ ଭୁବନେଶ୍ୱରର ନର୍ଥ ଶୋ’ରୁମଠାରେ ଏହାକୁ ସୁପରସେଲ୍‌ସ ଅଟୋମୋବାଇଲସ୍‌ ପ୍ରାଇଭେଟ ଲିମିଟେଡର ସ୍ବତ୍ତ୍ୱାଧିକାରୀ ବିଶାଲ ଧାଓ୍ବନ, ଏସ୍‌ବିଆଇ ଡିଜିଏମ୍‌ ରବିନ୍ଦ୍ର କୁମାର ତ୍ରିବେଦୀ ଉନ୍ମୋଚନ କରିଥିଲେ। ଏଥିରେ ୨୫ ନୂଆ ଫିଚର ଏବଂ ଟେକ୍ନୋଲୋଜି ରହିଛି। ମଡେଲଟିରେ ଆକର୍ଷଣୀୟ ଏକ୍ସଟେରୀୟର, ମନଲୋଭା ଇଣ୍ଟେରିୟର ଉନ୍ନତ ଉପକରଣକୁ ସ୍ଥାନୀତ କରାଯାଇଛି। ଏଥିରେ ୧୭.୬୪ ସେମିର ଟଚ୍‌ ସ୍କ୍ରିନ ମିଡିଆ ନାଭ୍‌, ଆପଲ କାର୍‌ ପ୍ଲେ, ଆଣ୍ଡ୍ରଏଡ ଅଟୋ, ଭଏସ ରିକଗନିଶନ, ଇକୋ ଗାଇଡ ଗ୍ରାହକ ପାଇପାରିବେ। ମଡେଲଟି ପେଟ୍ରୋଲ ସିଭିଟି, ଡିଜେଲ ଏଏମ୍‌ଟି ଏବଂ ଡିଜେଲ ଏଡବ୍ଲୁଡି ବିକଳ୍ପରେ ଆସୁଛି। କାସ୍ପିଆନ ବ୍ଲୁ, ମାହୋଗାନି ବ୍ରାଉନ ରଙ୍ଗରେ ଏହା ଉପଲବ୍ଧ । ଏଥିରେ ପରିବର୍ଦ୍ଧିତ ନିରାପତ୍ତା ଫିଚରକୁ ସାମିଲ କରାଯାଇଛି। ଏହାର ମୂଲ୍ୟ ୭.୯୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଥିବା ଶୋ’ରୁମ ପକ୍ଷରୁ ସୂଚନା ରହିଛି।

Share