Categories: ଖେଳ

ଓଡ଼ିଶା ବାଳିକା ଫୁଟ୍‌ବଲ ଦଳ ଘୋଷିତ

ଭୁବନେଶ୍ୱର, ୨୧।୯(ତପନ ସ୍ବାଇଁ): ଜାତୀୟ ଜୁନିୟର ବାଳିକା ଫୁଟବଲ ଚାମ୍ପିୟନଶିପ୍‌ ବୁଧବାରଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି। ମ୍ୟାଚ ଗୁଡ଼ିକ ୟୁନିଟ-୩ସ୍ଥିତ କ୍ୟାପିଟାଲ ଫୁଟବଲ ଆରେନା ଓ ୭ମ ବାଟାଲିୟନ ପରିସରରେଥିବା ଓଡ଼ିଶା ଫୁଟବଲ ଏକାଡେମୀ ପଡ଼ିଆରେ ଅନୁଷ୍ଠିତ ହେଉଛି। ଗ୍ରୁପ୍‌ ‘ଡି’ରେ ସ୍ଥାନ ପାଇଥିବା ଓଡ଼ିଶା ଗୁରୁବାର କେରଳ ବିପକ୍ଷରେ ମ୍ୟାଚ ଖେଳି ଅଭିଯାନ ଆରମ୍ଭ କରିବ। ଓଡ଼ିଶା ଏହାର ଦ୍ୱିତୀୟ ମ୍ୟାଚ ୨୩ରେ ଅରୁଣାଚଳ ପ୍ରଦେଶ ଏବଂ ୨୫ରେ ଗୁଜରାଟ ବିପକ୍ଷରେ ଖେଳିବ। ଏହି ପ୍ରତିଯୋଗିତା ପାଇଁ ବୁଧବାର ଓଡ଼ିଶା ଦଳ ଘୋଷିତ ହୋଇଛି।

ଓଡ଼ିଶା ଦଳ: ପ୍ରଣତି ପତି, ସୁପ୍ରଭା ବାରିକ, ସୁସ୍ମିତା ପୁନ୍‌ (ସମସ୍ତେ ଗୋଲକିପର), ଅମ୍ଳେନ ପୂର୍ତ୍ତୀ, ଯଶମଣୀ ମୁର୍ମୁ, ପ୍ରତୀମା ବଙ୍ଗାଲ, ପୂର୍ଣ୍ଣିମା ସ୍ବାଇଁ, ସାଇ ଭାଗ୍ୟଶ୍ରୀ ସାହୁ, ସୋନାଲି ସବର, ସୁମିତ୍ରା ସିଂ (ସମସ୍ତେ ଡିଫେଣ୍ଡର), ଅନିତା କୁମ୍ଭାର, ଅଙ୍କିତା ଟପ୍ପୋ, ବୈଶାଖି ଦେ, ପ୍ରୀୟା ଓରାମ, ରୁବିନା ନାୟକ, ସୁଲେଖା କହଁର (ସମସ୍ତେ ମିଡ୍‌ଫିଲ୍ଡର), ପ୍ରିୟାସା ସରକାର, ପୁନମ ଓରାମ, ରୂପଶ୍ରୀ ମୁଣ୍ଡା, ସରସ୍ବତୀ ମାରାଣ୍ଡି ଓ ଶିଖା ମଲିକ (ସମସ୍ତେ ଫରଓ୍ବାର୍ଡ)। ମୁଖ୍ୟ କୋଚ୍‌: ଗୀତାଞ୍ଜଳି ଖୁଣ୍ଟିଆ, ସହକାରୀ କୋଚ୍‌: ଆଲୋଚନା ସେନାପତି। ଗୋଲକିପର କୋଚ୍‌: ଅମ୍ରିତ କୁମାର।

Share