ଓଡ଼ିଶା ବିଜୁ ସଂଯୋଗ: ଅନଲାଇନ ପଞ୍ଜିକରଣର ୪୮ ଘଣ୍ଟା ମଧ୍ୟରେ ପାଇପାରିବେ ବିଦ୍ୟୁତ୍‌ ସଂଯୋଗ

ଭୁବନେଶ୍ୱର,୧୭।୧୨(ବ୍ୟୁରୋ) – ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ମଙ୍ଗଳବାର ପୂର୍ବାହ୍ନରେ ଖାରବେଳ ଭବନସ୍ଥିତ ଶକ୍ତି ବିଭାଗ ସମ୍ମିଳନୀ କକ୍ଷରେ ୫-ଟି ସମ୍ପର୍କିତ ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଦିବ୍ୟଶଙ୍କର କହିଥିଲେ ଯେ,ରାଜ୍ୟବାସୀ ଯେପରି ବିଦ୍ୟୁତ୍‌ ସେବା ପାଇବାରେ ବଞ୍ଚତ୍ତ ହେବେ ନାହିଁ, ସେହି ଦିଗରେ ବିଭାଗ ସଦାସର୍ବଦା ଯତ୍ନବାନ ହେବା ଆବଶ୍ୟକ । ଉପଭୋକ୍ତାଗଣ କିଭଳି ଅତି ସହଜରେ, ସ୍ବଳ୍ପ ସମୟରେ ନିଜ ଗୃହକୁ ବିଦ୍ୟୁତ ସଂଯୋଗ ପାଇବେ, ତା’ର ସରଳ ପ୍ରକ୍ରିୟାକରଣ ଏବଂ ବିଦ୍ୟୁତ୍‌ ଦେୟ ସଂଗ୍ରହ ଦିଗରେ ମଧ୍ୟ ପ୍ରଦାନ କରାଯାଉଥିବା ସେବା ସମ୍ପର୍କିତ ତଥ୍ୟଗୁଡ଼ିକ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ‘ଓଡ଼ିଶା ବିଜୁ ସଂଯୋଗ’ ଅନ୍‌ଲାଇନ୍‌ ରେଜିଷ୍ଟ୍ରେସନ୍‌ କରି ଉପଭୋକ୍ତାମାନେ ୪୮ ଘଣ୍ଟାରେ ନୂତନ ବିଦ୍ୟୁତ ସଂଯୋଗ ପାଇପାରିବେ ଏବଂ ସେଗୁଡ଼ିକର ତଥ୍ୟ ୱେବ୍‌ ଓ ନିଜର ଅତ୍ୟାଧୁନିକ ମୋବାଇଲରେ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ ହେବ । ରାଜ୍ୟର ସବୁ ଅଞ୍ଚଳର ଉପଭୋକ୍ତାଗଣ ଅନ୍‌ଲାଇନ୍‌ ଦ୍ୱାରା ନିଜର ମାସିକ ବିଦ୍ୟୁତ୍‌ ଦେୟ ପ୍ରଦାନ କରିପାରିବେ । ସଂପ୍ରତି ପ୍ରି ପେଡ୍‌ ୱାଲେଟ୍‌ ପ୍ରକ୍ରିୟାକରଣ କାର୍ଯ୍ୟ ଚାଲିଛି । ଏହା ଦ୍ୱାରା ଉପଭୋକ୍ତାମାନଙ୍କ ଗୃହକୁ ଯାଇ ବିଦ୍ୟୁତ ଦେୟ ସଂଗ୍ରହ ହେବ । ଉକ୍ତ ସମୟରେ ଅନ୍‌ଲାଇନ୍‌ ଅର୍ଥ ପୈଠ କଲେ ଅତିରିକ୍ତ ୨ ପ୍ରତିଶତ ଉପଭୋକ୍ତାଗଣ ପାଇପାରିବେ । ଉପଭୋକ୍ତାଗଣ ନିକଟସ୍ଥ ପୋଷ୍ଟ ଅଫିସକୁ ଯାଇ ଅର୍ଥ ପାଇଠ କରିପାରିବେ ଏବଂ ନିଜର କାର୍ଡ ଜରିଆରେ ମଧ୍ୟ ବିଦ୍ୟୁତ ଦେୟ ପଇଠ କରିପାରିବେ । ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଗୋଟିଏ ପ୍ରକାର ପାରିଶ୍ରମିକ ପ୍ରଦାନ କରାଯାଇ ବିଦ୍ୟୁତ୍‌ ଦେୟ ସଂଗ୍ରହ କରାଯିବାର କାର୍ଯ୍ୟକାରିତା ନେଇ ବୈଠକରେ ଆଲୋଚନା ହୋଇଥିଲା ା ଫୋନ୍‌ ଦ୍ୱାରା ୨୪ଘଣ୍ଟିଆ ଗ୍ରାହକମାନଙ୍କ ଅଭିଯୋଗ ଗ୍ରହଣ କରିବା ଏବଂ ସେଗୁଡ଼ିକର ସମାଧାନ ଦିଗରେ କିଭଳି ପଦକ୍ଷେପ ଗ୍ରହଣ କରାଯାଉଛି ସେ ନେଇ ମନ୍ତ୍ରୀ ଅବଗତ ହୋଇଥିଲେ।

Share