Categories: ଖେଳ

ଓଡ଼ିଶା ମହିଳା ରଗ୍‌ବୀ ଦଳ ଚାମ୍ପିୟନ

ଭୁବନେଶ୍ୱର, ୨୮।୯(କ୍ରୀଡ଼ା ପ୍ରତିନିଧି)-
କଲିକତାରେ ଅନୁଷ୍ଠିତ ସର୍ବଭାରତୀୟ ଏବଂ ଦକ୍ଷିଣ ଏସୀୟ ରଗ୍‌ବୀ ଚାମ୍ପିୟନଶିପ୍‌ରେ ଓଡ଼ିଶା ମହିଳା ଦଳ ଚାମ୍ପିୟନ ହୋଇଛି। ଲିଗ୍‌ ପର୍ଯ୍ୟାୟରେ ପଶ୍ଚିମବଙ୍ଗ ଜଙ୍ଗଲ କ୍ରୋକୁ ୧୫-୦ରେ ହରାଇଥିବା ଓଡ଼ିଶା ସେମିଫାଇନାଲରେ ସିସିଏଫସିକୁ ୧୭-୭ ଏବଂ ଫାଇନାଲରେ ଦିଲ୍ଲୀ ହୁରିକେନ୍ସକୁ ୫-୦ରେ ପରାସ୍ତ କରିଥିଲା। ଓଡ଼ିଶା ଦଳର ସଦସ୍ୟାମାନେ ହେଲେ ଲକ୍ଷ୍ମୀପ୍ରୀୟା ସାହୁ, ସୋନୀ ମନ୍ଦାଙ୍ଗୀ, ପୁନମ ସିଂ, ଜେମାମଣୀ ନାଏକ, ସରସ୍ବତୀ ହେମ୍ବ୍ରମ, ବାସନ୍ତି ପାଙ୍ଗି, ଲିଜା ସର୍ଦ୍ଦାର, ମଞ୍ଜୁଲତା ପ୍ରଧାନ, ପାର୍ବତୀ କିସ୍କୁ, ମୀରାରାଣୀ ହେମ୍ବ୍ରମ, କବିତାକସ୍ତୁରୀ ପଢ଼ିହାରୀ, ସୁମିତ୍ରା ନାୟକ, ରଜନୀ ଶବର, ହୁପି ମାଝି, ତନୟା ଶବର, ପିଙ୍କିନା ପରିଡ଼ା, କବିତା ସାହୁ, ଚାନ୍ଦମଣୀ ଟୁଡୁ, ପୁଷ୍ପଲତା ପ୍ରଧାନ, ଭଗବତୀ ନାୟକ, ଦୁମନି ମାରାଣ୍ଡି, ହରପ୍ରୀୟା ମାଝି, ଭାଗ୍ୟଲକ୍ଷ୍ମୀ ବାରିକ। କୋଚ୍‌: ମାନସ କୁମାର ଜେନା।

Share