ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା

ନୂଆଦିଲ୍ଲୀ/ଭୁବନେଶ୍ୱର,୨୯।୭: ଓଡ଼ିଶା ରସଗୋଲାକୁ ଜିଆଇ (ଭୌଗୋଳିକ ସାଙ୍କେତିକ)ଟ୍ୟାଗ୍‌ ମାନ୍ୟତା ମିଳିଛି। ଏହାଅନୁସାରେ ରସଗୋଲା ଓଡ଼ିଶାର ଭୌଗୋଳିକ ସ୍ଥିତି ସହିତ ଜଡ଼ିତ ରହିଛି ବୋଲି ସ୍ବୀକୃତି ମିଳିଛି। ଓଡ଼ିଶାର ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ରସଗୋଲାର ନିବିଡ଼ ସମ୍ପର୍କ ରହିଛି। ଓଡ଼ିଶାର ପରମ୍ପରା ସହିତ ରସଗୋଲା ଜଡ଼ିତ ବୋଲି ଏଥିରେ ସୂଚିତ ହୋଇଛି। ଚେନ୍ନାଇର ଜିଆଇ ରେଜିଷ୍ଟାରଙ୍କ ପକ୍ଷରୁ ଏହି ମାନ୍ୟତା ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୫ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସୂଚନାଯୋଗ୍ୟ, ପ୍ରତିବର୍ଷ ଜୁଲାଇ ୩୦ରେ ଓଡ଼ିଶାରେ ରସଗୋଲା ଦିବସ ପାଳିତ ହେଉଛି।

Share