ଓଡ଼ିଶା ରାଜ୍ୟ ସ୍କୁଲସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ସ୍ଥଗିତ

ବାଲେଶ୍ୱର ଅଫିସ, ୧୦।୧୧-ବାଲେଶ୍ୱର ପରମିଟ୍‌ ପଡ଼ିଆରେ ଗତ ୭ତାରିଖ ଗୁରୁବାରରୁ ଉଦ୍‌ଘାଟିତ ହୋଇଥିବା ଓଡ଼ିଶା ରାଜ୍ୟ ୬୫ତମ ବିଦ୍ୟାଳୟ ସମୂହ ଦୌଡ଼କୁଦ ଓ ସଫ୍ଟବଲ ପ୍ରତିଯୋଗିତା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଶନିବାର ସ୍ଥଗିତ ରହିଛି।
ଏହି ପ୍ରତିଯୋଗିତା ଗୁରୁବାର ପୂର୍ବାହ୍ନରେ ଆରମ୍ଭ ହୋଇଥିଲା। ଶୁକ୍ରବାର ୧୪ ଓ ୧୭ ବର୍ଷରୁ କମ୍‌ ବାଳିକା ଓ ବାଳକ ୪ଟି ବିଭାଗରେ ମୋଟ୍‌ ୮୨ଟି ଇଭେଣ୍ଟ ରହିଥିବା ବେଳେ ମାତ୍ର ୧୫ଟି ଖେଳ ହୋଇଥିଲା। ଶୁକ୍ରବାର ମଧ୍ୟାହ୍ନରୁ ବର୍ଷା ଆରମ୍ଭ ହୋଇଥିଲା। ଶନିବାର ଲଗାଣ ବର୍ଷା ଓ ପବନ ଯୋଗୁ କୌଣସି ଖେଳ ସମ୍ଭବ ହୋଇପାରିନାହଁି। ଆୟୋଜକମାନେ ପ୍ରତିକୂଳ ପାଗରେ ପ୍ରତିଯୋଗୀମାନଙ୍କର ଖାଦ୍ୟ, ଆଶ୍ରୟ, ସ୍ବାସ୍ଥ୍ୟ ସୁରକ୍ଷା ଓ ଯନତ୍ ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି। ଖେଳ ପୁଣି କେବେ ହେବ ତାହା ପାଗ ଓ ପଡ଼ିଆର ଅବସ୍ଥା ଉପରେ ନିର୍ଭର କରିଥିବା ଜିଲା କ୍ରୀଡ଼ାଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା କହିଛନ୍ତି।