ଓଡ଼ିଶା ସମବାୟ ଗୃହ ନିର୍ମାଣ ନିଗମ ପରିଚାଳନା ପରିଷଦ ମାମଲା: ହାଇକୋର୍ଟଙ୍କ ରେକର୍ଡପତ୍ର ତଲବ

କଟକ ଅଫିସ,୧୭ା୧୨: ଓଡ଼ିଶା ସମବାୟ ଗୃହ ନିର୍ମାଣ ନିଗମର ପରିଚାଳନା ପରିଷଦକୁ ରଦ୍ଦ କରାଯିବା ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ରେଜିଷ୍ଟ୍ରାରଙ୍କ ପକ୍ଷରୁ ନିଗମର ପରିଷଦକୁ ଅସାମ୍ବିଧାନିକ ଭାବେ ରଦ୍ଦ କରାଯାଇଥିବା ନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଉକ୍ତ ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ସରକାରଙ୍କଠାରୁ ସମସ୍ତ କାଗଜପତ୍ର ତଲବ କରିଛନ୍ତି। ଆସନ୍ତା ଶୁକ୍ରବାର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଡଭୋକେଟ ଅଶୋକ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି। ପୂର୍ବ ଶୁଣାଣିରେ ହାଇକୋର୍ଟ ପରିଚାଳନା ପରିଷଦ ରଦ୍ଦ ନିଷ୍ପତ୍ତି ଉପରେ ରହିତାଦେଶ ଜାରି କରିଥିଲେ।