ଓଡ଼ିଶା ସିଆର୍‌ପିଏଫ୍‌ ମହାନିରୀକ୍ଷକଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର, ୧୯ା୧୦(ବ୍ୟୁରୋ): କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌) ଓଡିଶା ସେକ୍ଟର ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ନୂଆ ପୋଲିସ ମହାନିରୀକ୍ଷକ ଭାବେ ସଂଗ୍ରାମ କେଶରୀ ମହାନ୍ତି ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳରେ ୧୯୮୬ ବ୍ୟାଚର କ୍ୟାଡର ଅଧିକାରୀ ଭାବେ ସଂଗ୍ରାମ ନିଯୁକ୍ତି ପାଇଥିଲେ। ମୟୂରଭଞ୍ଜ ଜିଲା ବାରିପଦା ଅଞ୍ଚଳରେ ଜନ୍ମିତ ଓଡ଼ିଆ ପୁଅ ସଂଗ୍ରାମ ଉକତ୍ଳ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ସ୍ନାତକ ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ସିଆର୍‌ପିଏଫ୍‌ରେ ଅତିରିକ୍ତ ଏସ୍‌ପି ପଦରେ ଯୋଗଦେବା ପରେ ଆଭ୍ୟନ୍ତରୀଣ ସୁରକ୍ଷା ଏକାଡେମୀ, ମାଉଣ୍ଟଆବୁରେ ପ୍ରଶିକ୍ଷଣ ପାଇଥିଲେ। ପ୍ରଶିକ୍ଷଣ ବେଳେ ତାଙ୍କୁ ଉତ୍ତମ ଆଉଟଡୋର ପ୍ରଶିକ୍ଷାର୍ଥୀ ଭାବେ ଘୋଷଣା କରାଯାଇଥିଲା। ଜମ୍ମୁ କଶ୍ମୀରର ଆତଙ୍କବାଦୀ ଦମନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ରହିଛି। ପ୍ରଧାନମନ୍ତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବାହାର ନିରାପତ୍ତା ପାଇଁ ତାଙ୍କୁ ନୂଆଦିଲ୍ଲୀରେ ନିୟୋଜିତ କରାଯାଇଥିଲା। ସେ ୨୦୦୯ରେ ପୋଲିସ ମେଡାଲ ପାଇଥିଲେ।

Share