Advertisement

ଓଡ଼ିଶୀ ନୃତ୍ୟରେ ଦର୍ଶକ ବିମୋହିତ

ରାଇକିଆ ୧୧।୨(ଡିଏନଏ)-କନ୍ଧମାଳ ଜିଲା ରାଇକିଆଠାରେ ଚାଲିଥିବା ରାଇକିଆ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିଲା ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ। ଏଥିସହ ବ୍ରହ୍ମପୁର ରୟାଲ ଗ୍ରୁପ୍‌ ଏବଂ ବଲାଙ୍ଗୀରରୁ ଆସିଥିବା କଳାକାରଙ୍କ ଲୋକନୃତ ଦର୍ଶକଙ୍କ ମନ ମୋହିଥିଲେ। ପୂର୍ବରୁ ବ୍ଲକ ଅଧ୍ୟକ୍ଷା ମାନିନି ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ଭାବେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ବନାଥ ବାରିକ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ରଣଜିତ, ବାଲିଗୁଡା ଉପ ଜିଲାପାଳ ଦେବେନ୍ଦ୍ର ନନ୍ଦ, ବିଡିଓ ପ୍ରବୀଣ କୁମାର ବାଣୁଆ, ଜିଲା ପରିଷଦ ସଭ୍ୟ ମୃତ୍ୟୁଞ୍ଜୟ ପାତ୍ର, ସଭ୍ୟା ଝୁଲିମା ଦଳ ବେହେରା, ସରପଞ୍ଚ ପଞ୍ଚୁ ପ୍ରଧାନ, ସୁଷମା ପ୍ରଧାନ, ରଶ୍ମିତା ପ୍ରଧାନ, ଭିକାରୀ ମଲ୍ଲିକ, ଦୁନିଆ ମଲ୍ଲିକ, ସମିତି ସଭ୍ୟା କ୍ରିଷ୍ଣାପ୍ରିୟା ପ୍ରଧାନ ପ୍ରମୁଖ ଯୋଗ ଦେଇ ଥିଲେ। କୃତିତ୍ୱ ଅର୍ଜନ କରିଥିବା ବିଭିନ୍ନ ସ୍ବୟଂ ସହାୟକ ଗ୍ରୁପ୍‌ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share