ଓଡ଼ିଶାରେ ରାଷ୍ଟ୍ରପତି

ଭୁବନେଶ୍ୱର,୨୭।୯(ବ୍ୟୁରେ): ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଅପରାହ୍ନରେ ନୂଆଦିଲ୍ଲୀରୁ ଆସି ଓଡ଼ିଶାରେ ପହଞ୍ଚିଛନ୍ତି। ବାୟୁସେନାର ସ୍ବତନ୍ତ୍ର ବିମାନ ‘ରାଜକମଲ’ରେ ଭୁବନେଶ୍ୱରର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରାଷ୍ଟ୍ରପତି କୋବିନ୍ଦ ସସ୍ତ୍ରୀକ ପହଞ୍ଚିଥିଲେ। ସେଠାରେ  ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧମେର୍ନ୍ଦ ପ୍ରଧାନ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି  ଅଭ୍ୟର୍ଥନା ଜଣାଇଥିଲେ। ବିମାନ ବନ୍ଦରରୁ ସେ  ଗୋଳାବନ୍ଧ ସ୍ଥିତ ଆର୍ମି ଏଡି କଲେଜ ଅଭିମୁଖେ ବାୟୁସେନାର ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଯାତ୍ରା କରିଛନ୍ତି। ରଙ୍ଗେଇଲୁଣ୍ଡାସ୍ଥିତ ଏୟାର ଷ୍ରେ‌ଟଷ୍ଟ୍ରିପ୍‌ରେ ଓହ୍ଲାଇବା ପରେ ସ୍ଥଳପଥରେ ଯାଇ ଉଦ୍ଦିଷ୍ଟ ସ୍ଥାନରେ ରାତ୍ରଯାପନ କରିବେ ବୋଲି ସୂଚନା ମିଳିଛି।

Share