ଓଡିଶା ଉପରେ ଏବେ ସାରା ବିଶ୍ୱର ନଜର: ନବୀନ

ଭୁବନେଶ୍ୱର,୨୨।୬(ବ୍ୟୁରୋ)-ପୁରୀ ରଥଯାତ୍ରା ପାଇଁ ସୋମବାର ମାନ୍ୟବର ସୁପ୍ରିମକୋର୍ଟ ଅନୁମତି ଦେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସା ୫ଟାରେ ଏକ ଉଚ୍ଚସ୍ତରୀୟ ବୈଠକ ଭିଡିଓ କନଫରେନ୍ସ ମାଧ୍ୟମରେ କରିଛନ୍ତି। କରୋନା ପାଇଁ ସାରା ବିଶ୍ୱ କଠିନ ପରିସ୍ଥିତିରେ ଗତି କରୁଛି। ଏଭଳି ପରିସ୍ଥିତିରେ ମହାପ୍ରଭୁଙ୍କ ରଥଯାତ୍ରା ପାଳନ କରିବା ଆମ ପାଇଁ ବଡ ଚ୍ୟାଲେଞ୍ଜ। କୋଭିଡ ସ୍ଥିତିରେ ରଥରୁ ନୀଳାଦ୍ରିବିଜେ ସାବଧାନରେ କରିବାକୁ ପଡ଼ିବ। ସାରା ବିଶ୍ୱର ନଜର ଏବେ ଆମ ଉପରେ ରହିବ ବୋଲି ସେ କହିଛନ୍ତି।

Share