ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀଙ୍କ ଝିଅ ସାନା ବେଳେବେଳେ ଚର୍ଚ୍ଚାରେ ଥାନ୍ତି। କେତେବେଳେ ପିତାଙ୍କ ଟ୍ରୋଲ୍ କରି ତ ଆଉ କେତେବେଳେ ଗମ୍ଭୀର ମୁଦ୍ଦାକୁ ନେଇ ଟୁଇଟ୍ କରିଥାନ୍ତି। ୧୮ ବର୍ଷୀୟା ସାନା ମା’ ଡୋନା ଗାଙ୍ଗୁଲୀଙ୍କ ଭଳି ଜଣେ ଭଲ ଓଡ଼ିଶୀ ନୃତ୍ୟଶିଳ୍ପୀ। ସେ ସ୍କୁଲରେ ପଢୁଥିବାବେଳେ ବିଭିନ୍ନ କାର୍ଯ୍ୟକ୍ରମରେ ଓଡିଶୀ ନୃତ୍ୟ କରୁଥିଲେ। ଓଡ଼ିଶୀ ନୃତ୍ୟ ନିଜ ମା’ଙ୍କଠାରୁ ଶିଖିଥିବା କହନ୍ତି ସାନା। ନଭେମ୍ବର ୩, ୨୦୦୧ରେ କୋଲକତାରେ ଜନ୍ମଗ୍ରହଣ କରିଥିବା ସାନା ଗତବର୍ଷ ନିଜ ଇନ୍ଷ୍ଟାଗ୍ରାମରେ ଖୁଶଓ୍ବନ୍ତ ସିଂଙ୍କ ପୁସ୍ତକର କିଛି ଅଂଶ ପୋଷ୍ଟ କରି ଟ୍ରୋଲର ଶିକାର ହୋଇଥିଲା। ଶେଷରେ ପିତା ସୌରଭ ମାମଲାରେ ହସ୍ତକ୍ଷେପ କରି ସାନା ଏବେ ଛୋଟ ପିଲା। ତାକୁ ରାଜନୀତି ବିଷୟରେ ଅଧିକ କିଛି ଜଣା ନାହିଁ ବୋଲି କହିଥିଲେ।