ଭୁବନେଶ୍ୱର,୧୧ା୬(ବ୍ୟୁରୋ): ଓଡ୍ରାଫ୍ ଓ ଏନ୍ଡିଆର୍ଏଫ୍ ଟିମ୍ର ଆଉ ୫୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗୁରୁବାର ଚିହ୍ନଟ ହୋଇଥିବା ୧୩୬ ଆକ୍ରାନ୍ତଙ୍କ ମଧ୍ୟରେ ଏହି ଯବାନମାନେ ରହିଛନ୍ତି। ପୂର୍ବରୁ ମଧ୍ୟ ରାଜ୍ୟରେ ୫୦ ଏନ୍ଡିଆର୍ଏଫ୍ ଯବାନ ଓ ୧୨ ଜଣ ଅଗ୍ନିଶମ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିଲେ। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ବାତ୍ୟା ଅମ୍ଫନ୍ ସମୟରେ ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗ ଯାଇଥିଲେ। ପଶ୍ଚିମବଙ୍ଗରୁ ଫେରିବା ପରେ ସମସ୍ତେ କ୍ୱାରାଣ୍ଟାଇନ୍ରେ ରହିଥିଲେ।