Categories: ଜାତୀୟ

ଓଢ଼ଣି ଉପରେ ପ୍ରତିବନ୍ଧକ ଲାଗିବ କେବେ: ଓଓ୍ବେସି

ନୂଆଦିଲ୍ଲୀ,୧।୫: ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଯିବା ପାଇଁ ଶିବସେନା ପକ୍ଷରୁ ଦାବୀ କରାଯାଇଛି। ତେବେ ଏନେଇ ଭାଜପା ପକ୍ଷରୁ ଏହାକୁ ବିରୋଧ କରାଯାଇଛି। ଏହା ଏକ ପରମ୍ପରା। ପରମ୍ପରାକୁ ଭଙ୍ଗ କରାଯିବା ଅନୁଚିତ ବୋଲି ଭାଜପାର କେନ୍ଦ୍ରୀୟ ମନ୍ତ୍ରୀ ରାମଦାସ ଉଠାଓ୍ବଲେ କହିଛନ୍ତି। ଏହି ମର୍ମରେ ଏଆଇଏମ୍‌ଆଇଏମ୍‌ ପ୍ରମୁଖ ଅସଦୁଦ୍ଦିନ୍‌ ଓଓ୍ବେସି ପ୍ରଶ୍ନ କରିଛନ୍ତି ବୁର୍ଖା ପରି ଓଢ଼ଣି ଉପରେ ପ୍ରତିବନ୍ଧକ କେବେ ଲଗାଯିବ। ଶିବସେନାର ମୁଖପତ୍ର ସାମନାର କିଛି ଗୁରୁତ୍ୱ ନାହିଁ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହରାଇବା ପାଇଁ କହିଥିବାବେଳେ ଏବେ ଭାଜପା ସହିତ ମେଣ୍ଟ କରିଛି। ସାମନାର କଥା ଏବଂ କାମରେ ପାର୍ଥକ୍ୟ ଥିବା ଓଓ୍ବେସି ଅଭିଯୋଗ କରିଛନ୍ତି।

Share