Categories: ଜାତୀୟ

ଉନ୍ନାଓ୍ବରେ ପୁଣି ତାତି: ଏକତରଫା ପ୍ରେମରେ ବିଫଳ ହୋଇ ମୁସଲମାନ୍‌ ଯୁବତୀ ରୋହିତଙ୍କ ଉପରେ କଲେ ଏସିଡ୍‌ ମାଡ଼

ଉନ୍ନାଓ୍ବ,୨୯।୧: ଉତ୍ତରପ୍ରଦେଶ ଉନ୍ନାଓ୍ବ ବିଭିନ୍ନ ଆପରାଧୀକ ମାମଲା ଯୋଗୁ ଚର୍ଚ୍ଚାରେ ରହି ଆସିଛି। ସମ୍ପ୍ରତି ଏଠାରେ ଜଣେ ମୁସଲମାନ୍‌ ଯୁବତୀ ଏକ ତରଫା ପ୍ରେମରେ ବିଫଳ ହୋଇ ପ୍ରେମିକଙ୍କ ଉପରେ ଏସିଡ୍‌ ମାଡ଼ କରିଛନ୍ତି। ଗତ ୫ ମାସ ଧରି ପ୍ରେମିକ ରୋହିତ ଯାଦବଙ୍କୁ ଯୁବତୀ ଜଣକ ଭଲ ପାଉଥିଲେ। ତେବେ ରୋହିତ ଏହାକୁ ଅଣଦେଖା କରିବାରୁ ଏଭଳି ଭୟାନକ ଘଟଣା ଘଟିଛି। ସ୍ଥାନୀୟ ମୋରଓ୍ବାଁ ଥାନା ଅଞ୍ଚଳର ଗୋନାମଉ ଗାଁ ବାସିନ୍ଦା ଭବାନୀଗଞ୍ଜରେ ଏକ ଡାଏରୀରେ କାର୍ଯ୍ୟ କରନ୍ତି। ସେ ଏଠାରେ କାମ କରୁଥିବାବେଳେ ଯୁବତୀ ଜଣକ ତାଙ୍କ ଉପରେ ଏସିଡ୍‌ ମାଡ଼ କରିଥିବା ପୋଲିସ କହିଛି। ଏନେଇ ତଦନ୍ତ ଜାରି ରହିଛି।

Share