ଓପିଏସ୍‌ସିର ନୂଆ ପୋର୍ଟାଲ ଉଦ୍‌ଘାଟିତ: ଛାତ୍ରୀଛାତ୍ରଙ୍କୁ ମିଳିବ ସମସ୍ତ ତଥ୍ୟ

କଟକ ଅଫିସ,୫।୨: ଓଡ଼ିଶା ପବ୍ଲିକ ସର୍ଭିସ କମିଶନ(ଓପିଏସ୍‌ସି)ର ନୂଆ କମ୍ପ୍ରେନସିଭ୍‌ ସିଲେକ୍ସନ ମ୍ୟାନେଜମେଣ୍ଟ ସିଷ୍ଟମ (ସିଏସ୍‌ଏମ୍‌ଏସ୍‌) ପୋର୍ଟାଲ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ଏହି ପୋର୍ଟାଲରେ ଆଶାୟୀ ଛାତ୍ରୀଛାତ୍ରଙ୍କୁ ଓପିଏସ୍‌ସିର ସମସ୍ତ ତଥ୍ୟ ମିଳିପାରିବ। ଏପରିକି ଏଥିରେ ପଞ୍ଜୀକରଣ ବେଳେ ପରୀକ୍ଷାର୍ଥୀଙ୍କୁ ଏକ ସ୍ଥାୟୀ ଆକାଉଣ୍ଟ ନମ୍ବର ମିଳିବ। ଏପରିକି ନୂଆ ପୋର୍ଟାଲ ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବ ବୋଲି ଓପିଏସ୍‌ସି ଅଧ୍ୟକ୍ଷ କହିଛନ୍ତି।

Share