ଓବାମାଙ୍କୁ ବୋମା ପଠାଇ ଫଶିଗଲେ ଡେଲିଭରୀ ବୟ

ଓ୍ବାଶିଂଟନ,୬।୮: ଆମେରିକାରେ ଘଟିଥିବା ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ପିଜା ଡେଲିଭରୀ ବୟଙ୍କୁ ଅଦାଲତ ୨୦ ବର୍ଷର ସଜା ଶୁଣାଇଛନ୍ତି। ଯୁବକ ଜଣକ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସମେତ ପ୍ରାୟ ୬-୭ଜଣ ଡେମୋକ୍ରେଟିକ୍‌ ନେତାଙ୍କୁ ଦେଶି ବୋମା ପଠାଇଥିବା ଅଭିଯୋଗରେ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ଜେଲଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଡେଲିଭରୀ ବୟ ଜଣଙ୍କ ହେଉଛନ୍ତି ସିଜର ସାୟୋକ। ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଜଣେ ସମର୍ଥକ। ଏମିତିକି ସେ ଯେଉଁ ଗାଡି ବ୍ୟବହାର କରୁଛନ୍ତି ସେଥିରେ ମଧ୍ୟ ଟ୍ରମ୍ପଙ୍କ ସମର୍ଥନରେ ପୋଷ୍ଟର ମାନ ଲାଗିଛି। ଗତବର୍ଷ ସେ ପାର୍ସଲ ଯୋଗେ ବୋମା ପଠାଇଥିବା ବେଳେ ଚଳିତବର୍ଷ ଏହି ମାମଲାର ଶୁଣାଣି ହୋଇଛି।

Share