ଓବିସି ବର୍ଗକୁ ସାବତ ପୁଅ ଭାବୁଛନ୍ତି ରାଜ୍ୟ ସରକାର:ଭାଜପା

ଭୁବନେଶ୍ୱର୧୮।୯(ବ୍ୟୁରୋ): ଶିକ୍ଷା କ୍ଷେତ୍ରରେ ନାମଲେଖା ପାଇଁ ସଂରକ୍ଷଣ ଦେବାରେ ରାଜ୍ୟ ସରକାର ପକ୍ଷପାତିତା କରୁଛନ୍ତି। ରାଜ୍ୟର ସଂଖ୍ୟାଧିକ ଓବିସି ଏବଂ ଏସ୍‌ଇବିସିଙ୍କୁ କ୍ରମାଗତ ଭାବେ ରାଜ୍ୟ ସରକାର ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରାଇଛନ୍ତି ା ଏପରି କି ରାଜ୍ୟ ସରକାର ଓବିସି ବର୍ଗକୁ ସାବତପୁଅ ଭାବୁଛନ୍ତି ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ କହିଛନ୍ତି। ଶନିବାର ରାଜ୍ୟ ଓବିସି ମୋର୍ଚ୍ଚା ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ଓବିସି କମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗଦେଇ ବିଶ୍ୱାଳ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଓବିସି ମାରଣ ନୀତି ବିରୋଧରେ ବିଭିନ୍ନ ଜାତି ବର୍ଗ ଓ ଜାତି ସମାଜ ପକ୍ଷରୁ ଆଗାମୀ ଦିନରେ ମୋର୍ଚ୍ଚା ତରଫରୁ ତୀବ୍ର ଆନ୍ଦୋଳନ କରାଯିବ ା ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ସୁକାନ୍ତ ବିଶ୍ୱାଳ, ପ୍ରଶାନ୍ତ କୁମାର ନାୟକ, ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର କୁମାର ସ୍ବାଇଁ, ଜାତୀୟ କାର୍ଯ୍ୟକାରୀ କମିଟି ସଦସ୍ୟ ଦୁଷ୍କନ୍ତ ଦାସ, ସମ୍ପାଦକ ଦୁର୍ଗା ପ୍ରସନ୍ନ ନାୟକଙ୍କ ସମେତ ଶତାଧିକ ଛାତ୍ର ପ୍ରତିନିଧି ଯୋଗ ଦେଇଥିଲେ।