ଓଭରବ୍ରିଜ୍‌ କଡ଼ ପାଲଟିଛି ଆବର୍ଜନା ସ୍ଥଳ

କୋରେଇ,୨|୮(ସ୍ବ.ପ୍ର.)- ପାଣିକୋଇଲି ଓଭର ବ୍ରିଜ୍‌ ପାର୍ଶ୍ୱ ଏବେ ଆବର୍ଜନା ସ୍ଥଳ ପାଲଟିଛି। ଏଠାରେ ରହିଥିବା ବିଭିନ୍ନ ବ୍ୟବସାୟୀମାନେ ପ୍ରତ୍ୟହ ଆବର୍ଜନାକୁ ପୋଡିବା ପରିବର୍ତ୍ତେ ଓଭରବ୍ରିଜ କଡ଼ରେ ଗଦା କରୁଛନ୍ତି। ଏପରକିି ବ୍ରିଜ୍‌ ଦେଇ ଯାଉଥିବା ଯାତ୍ରୀମାନେ ମଧ୍ୟ ଏଠାରେ ଅବର୍ଜନା ପକାଉଥିବାବେଳେ ଶୌଚ କରୁଛନ୍ତି। ବିଭିନ୍ନ ସମୟରେ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ବଜାର ସଫେଇ କାର୍ଯ୍ୟ ଜାରି ରହିଥିବା ବେଳେ ଓଭରବ୍ରିଜ୍‌ କଡ଼ ସଫା କରାଯାଉ ନାହଁି। ବିଭାଗ ପକ୍ଷରୁ ମଧ୍ୟ ଏଠାରେ ସଫେଇ କରାଯାଉ ନାହିଁ ା ଫଳରେ ସାମାନ୍ୟ ବର୍ଷାରେ ଏହା ପଚି ଦୁର୍ଗନ୍ଧ ସୃଷ୍ଟି କରୁଛି। ଯାହା ଦ୍ୱାରା ରାସ୍ତାରେ ଯିବା ସମ୍ଭବ ହେଉ ନାହିଁ। ରାସ୍ତାର ମରାମତି, ଏହାର ସୁରକ୍ଷା ସହ ଓଭରବ୍ରିଜ କଡ଼ ସଫା କରିବାର ଦାୟିତ୍ୱ ଟେଣ୍ଡର ମାଧ୍ୟମରେ ହାତେଇଥିବା କମ୍ପାନୀ ମଧ୍ୟ ଏ ଦିଗରେ କାର୍ଯ୍ୟକରୁ ନାହଁି। ତୁରନ୍ତ ଏହାକୁ ବିଭାଗ ପକ୍ଷରୁ ସଫା କରା ନ ଗଲେ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହଯୋଗ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ା

Share