ଓଭରବ୍ରିଜ୍‌ ତଳୁ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର,୩୦ା୧(ବ୍ୟୁରୋ): ଖାରବେଳ ନଗର ଥାନା ପୋଲିସ ସତ୍ୟନଗର ଅଞ୍ଚଳରେ ଚଢାଉ କରି ଓଭରବ୍ରିଜ୍‌ ତଳୁ ୫.୧୫୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ସେ ହେଲେ ହାଉସିଂବୋର୍ଡ କଲୋନୀ ଅଞ୍ଚଳର ଜ୍ୟୋତିରଞ୍ଜନ ଦାସ। ସୂଚନା ମୁତାବକ, ସତ୍ୟନଗର ଓଭରବ୍ରିଜ ତଳେ ବ୍ରାଉନସୁଗାର କାରବାର ଚାଲିଥିବା ନେଇ ଥାନା ଅଧିକାରୀ ବିଶ୍ୱରଞ୍ଜନ ସେନାପତିଙ୍କ ନିକଟରେ ଖବର ପହଞ୍ଚତ୍ଥିଲା। ଏହାପରେ ଏକ ଟିମ୍‌ ମଙ୍ଗଳବାର ସନ୍ଧ୍ୟାରେ ସେଠାରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଅନ୍ଧାରର ସୁଯୋଗ ନେଇ କେତେଜଣ ବ୍ରାଉନସୁଗାର ସେବନକାରୀ ସେଠାରୁ ଫେରାର ହୋଇଯାଇଥିବାବେଳେ ଅଭିଯୁକ୍ତ ଜ୍ୟୋତି ଧରାପଡ଼ିଯାଇଥିଲେ। ଯାଞ୍ଚ ପରେ ପୋଲିସ ତାଙ୍କଠାରୁ ବ୍ରାଉନସୁଗାର ଓ ମୋବାଇଲ୍‌ ଫୋନ୍‌ ଜବତ କରିଛି। ନଂ.୨୩/୨୦ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

Share