Categories: ଖେଳ

ଓଭାଲ କ୍ରିକେଟ ଷ୍ଟାଡିୟମ ବାହାରେ ଝାଲ୍‌ମୁଢି ବିକୁଥିବା ବ୍ୟକ୍ତି ଜଣଙ୍କ ବିଷୟରେ ଜାଣନ୍ତୁ

ଲଣ୍ଡନ, ୧୨।୬: ବିଶ୍ୱକପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ମ୍ୟାଚ୍‌ ଓଭାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥାଏ। ଏହି ସମୟରେ ଷ୍ଟାଡିୟମ ବାହାରେ ଝାଲମୁଢି ବିକୁଥିଲେ ଜଣେ ବ୍ୟକ୍ତି। ଭାରତୀୟ ଷ୍ଟାଇଲ୍‌ରେ ଝାଲମୁଢି ପ୍ରସ୍ତୁତ କରୁଥିବାର ଦେଖି ମ୍ୟାଚ୍‌ ଦେଖିବାକୁ ଆସିଥିବା ଭାରତୀୟ ପ୍ରଶଂସକ ତାଙ୍କ ପାଖେ ଅଟକି ଯାଉଥିଲେ। ତାଙ୍କ ମୁଢି ପ୍ରସ୍ତୁତର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କିନ୍ତୁ ସେହି ବ୍ୟକ୍ତି କିଏ ବୋଲି ଜାଣିବାକୁ ସମସ୍ତଙ୍କ ମନରେ ଉତ୍ସାହ ସୃଷ୍ଟି ହୋଇଛି। ଉକ୍ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଣେ ବ୍ରିଟିଶ୍‌ ରୋଷେୟା। ତାଙ୍କ ନାମ ଆନଗସ୍‌ ଡେନୁନ୍‌। ସେ ଅନେକ ଦିନ ପଶ୍ଚିମବଙ୍ଗର କୋଲକାତାରେ ବିତାଇଥିଲେ। ଏହିଠାରୁ ହିଁ ସେ ଝାଲ୍‌ମୁଢି ପ୍ରସ୍ତୁତ କରିବା ଶିଖିଥିଲେ ବୋଲି କହନ୍ତି ଡେନୁନ। କୋଲକାତାରୁ ଲଣ୍ଡନ ଫେରିବା ପରେ ଝାଲମୁଢିର ଏକ ଷ୍ଟଲ ଖୋଲିଥିଲେ। ଯାହାର ନାମ ରଖିଥିଲେ ‘ଦ ଏଭ୍ରିବଡି ଲଭ୍‌ ଲଭ୍‌ ଝାଲମୁଢି ଏକ୍ସପ୍ରେସ୍‌’। ଲଣ୍ଡନର ଗଳିକନ୍ଦିରେ ବୁଲି ଡେନୁଲ ଝାଲମୁଢି ବିକନ୍ତି।

Share