Categories: ଖେଳ

ଓମାନ ଓପନ୍‌ ଫାଇନାଲରେ ଶରଥ୍‌

ମସ୍କଟ, ୧୫।୩ (ପି.ଟି.)- ଭାରତୀୟ ଭେଟେରାନ ଟେବୁଲ ଟେନିସ ଖେଳାଳି ଅଚନ୍ତ ଶରଥ୍‌ କମଲ ଏଠାରେ ଚାଳିଥିବା ଆଇଟିଟିଏଫ୍‌ ଚ୍ୟାଲେଞ୍ଜର ପ୍ଲସ ଓମାନ୍‌ ଓପନ୍‌ର ଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ଶରଥ୍‌ ରୁଷିଆର କିରିଲ ସ୍କାଚକୋଭଙ୍କୁ ହରାଇଛନ୍ତି। ଚତୁର୍ଥ ସିଡ୍‌ ଶରଥ୍‌ ଏହି ମ୍ୟାଚ୍‌ର ପ୍ରଥମ ଦୁଇ ଗେମ୍‌କୁ ଯଥାକ୍ରମେ ୧୧-୧୩, ୧୧-୧୩ରେ ହାରିଯାଇଥିଲେ। କିନ୍ତୁ ଏହାପରେ ୧୩-୧୧, ୧୧-୯, ୧୩-୧୧, ୮-୧୧, ୧୧-୭ରେ ଜିତି ଫାଇନାଲରେ ସ୍ଥାନ ପକ୍କା କରିନେଇଥିଲେ। ସାତ ସେଟ୍‌ ବିଶିଷ୍ଟ ଏହି ସେମିଫାଇନାଲ ମ୍ୟାଚ୍‌ ଏକ ଘଣ୍ଟା ୮ ମିନିଟ୍‌ ଧରି ଚାଲିଥିଲା। ଫାଇନାଲରେ ସେ ଟପ୍‌ ସିଡ୍‌ ପର୍ତ୍ତୁଗାଲର ମାର୍କସ ଫ୍ରେଇଟ୍ସଙ୍କୁ ଭେଟିବେ। ବିଜୟ ସହ ୩୭ ବର୍ଷୀୟ ଶରଥ୍‌ ଦୀର୍ଘ ୧୦ ବର୍ଷର ବ୍ୟବଧାନ ପରେ କୌଣସି ଆଇଟିଟିଏଫ୍‌ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ଶେଷଥର ପାଇଁ ସେ ୨୦୧୦ ଇଜିପ୍ଟ ଓପନ୍‌ ଫାଇନାଲରେ ପହଞ୍ଚତ୍ ଟାଇଟଲ୍‌ ମଧ୍ୟ ଜିତିଥିଲେ।

Share