Categories: ଜାତୀୟ

ଓମାର,ମେହବୁବାଙ୍କ ବିରୋଧରେ ପିଏସଏ: ଚିଦାମ୍ବରମ କହିଲେ, ଲୋକତନ୍ତ୍ରରେ ଏହା ସବୁଠୁ କ୍ରୂର ପଦକ୍ଷେପ

ନୂଆଦିଲ୍ଲୀ,୭।୨: ଜମ୍ମୁ-କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ମେହବୁବା ମୁଫ୍‌ତିଙ୍କ ବିରୋଧରେ ପ୍ରଶାସନ ଗୁରୁବାର ପିଏସ୍‌ଏ (ସାଧାରଣ ନିରାପତ୍ତା ଆଇନ)ରେ ମାମଲା ରୁଜୁ କରିଛି। ମୁଫ୍‌ତି ଅଟକ ରହିଥିବା ବଙ୍ଗଳାକୁ ମାଜିଷ୍ଟ୍ରେଟ ଏହି ନିର୍ଦ୍ଦେଶନାମା ପଠାଇଛନ୍ତି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି. ଚିଦାମ୍ବରମ। ବିନା ଅଭିଯୋଗରେ ଦୁଇ ନେତାଙ୍କ ଉପରେ ପିଏସ୍‌ଏ ଲାଗୁ କରାଯିବାକୁ ନେଇ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏହା ଲୋକତନ୍ତ୍ର ସବୁଠୁ କ୍ରୂର ପଦକ୍ଷେପ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ,ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ପରଠୁ ଅଟକ ଥିବା ଓମାର ଏବଂ ମେହବୁବାଙ୍କ ବ୍ୟତୀତ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି)ର ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ଅଲି ମହମ୍ମଦ ସାଗର ଏବଂ ପିଡିପିର ବରିଷ୍ଠ ନେତା ସର୍ତାଜ ମଦାନିଙ୍କୁ ମଧ୍ୟ ପିଏସ୍‌ଏରେ ବୁକ୍‌ କରାଯାଇଛି।

Share