Categories: ଜାତୀୟ

ଓମାର ଅବଦୁଲାଙ୍କ ନଜରବନ୍ଦୀ ହଟାଇବା ପାଇଁ ଅଣ୍ଟା ଭିଡ଼ିଲେ ସାରା ପାଇଲଟ

ଶ୍ରୀନଗର,୧୦।୨: ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲାଙ୍କ ଉପରୁ ନଜରବନ୍ଦୀ ହଟାଇବା ପାଇଁ ଭଉଣୀ ସାରା ପାଇଲଟ ଅଣ୍ଟା ଭିଡ଼ିଛନ୍ତି। ଓମାରଙ୍କୁ ତୁରନ୍ତ ମୁକ୍ତ କରିବା ଲାଗି ସାରା ସୁପ୍ରିମ୍‌କୋର୍ଟରେ ସୋମବାର ଆବେଦନ କରିଛନ୍ତି। ଓମାରଙ୍କ ନଜରବନ୍ଦୀ ସମୟ ସୀମା ଫେବୃୟାରୀ ୬ରେ ଶେଷ ହେଉଥିଲେ ମଧ୍ୟ ତାଙ୍କୁ ମୁକ୍ତି କାହିଁକି କରାଯାଉ ନାହିଁ ସେ ନେଇ ସାରା ଆବେଦନ କରିଛନ୍ତି। ସୂଚନାଯୋଗ୍ୟ, ପଏସ୍‌ଏ ଅନ୍ତର୍ଗତ ଓମାରଙ୍କୁ ୨୦୧୯ ଅଗଷ୍ଟଠାରୁ ସରକାରୀ ଗେଷ୍ଟ ହାଉସ୍‌ରେ ନଜରବନ୍ଦୀ ରଖାଯାଇଛି। ଇତିମଧ୍ୟରେ ୬ମାସ ବିତି ଯାଇଛି। ପିଏସ୍‌ଏର ୨ଟି ବିଭାଗ ରହିଛି। ପ୍ରଥମ ପିଏସ୍‌ଏ ଅନୁସାରେ ନଜରବନ୍ଦୀ ସମୟ ସୀମା ୩ ମାସ ହୋଇଥାଏ। ଏହାକୁ ୬ ମାସ ପର୍ଯ୍ୟନ୍ତ ମଧ୍ୟ ବଢ଼ାଇ ଦିଆ ଯାଇପାରେ। ସେହିପରି ଦ୍ୱିତୀୟ ପିଏସ୍‌ଏ ଆଇନ ଅନୁସାରେ ରାଜ୍ୟର ସୁରକ୍ଷା ଉପରେ ବିପଦ ଦର୍ଶାଇ ଏହାକୁ ୨ ବର୍ଷ ପର୍ଯ୍ୟନ୍ତ ମଧ୍ୟ ବୃଦ୍ଧି କରାଯିବାର ନିୟମ ରହିଛି।

Share