Categories: ଖେଳ

ଓମେନ୍ସ କ୍ରିକ୍‌ଜୋନ୍‌: ମାନ୍ଧନା ଶ୍ରେଷ୍ଠ ବ୍ୟାଟ୍ସଓମ୍ୟାନ, ଦୀପ୍ତି କ୍ରିକେଟର୍‌

ଭୁବନେଶ୍ୱର,୮।୧ (ସ୍ପୋଟର୍‌ସ ବ୍ୟୁରୋ)- ମହିଳା କ୍ରିକେଟ୍‌ ସମ୍ବଦ୍ଧିତ ଓ୍ବେବସାଇଟ୍‌ ଓ ଡିଜିଟାଲ ମାଗାଜିନ ‘ଓମେନ୍ସ କ୍ରିକ୍‌ଜୋନ’ ପକ୍ଷରୁ ଏହାର ଦ୍ୱିତୀୟ ସଂସ୍କରଣ ମାଗାଜିନ ଉନ୍ମୋଚିତ ହୋଇଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ‘ଓମେନ୍ସ କ୍ରିକ୍‌ଜୋନ୍‌’ ମାଗାଜିନ ଉନ୍ମୋଚନ କାର୍ଯ୍ୟକ୍ରମ ଅବସରରେ ପ୍ରଥମଥର ଲାଗି ଭାରତୀୟ ମହିଳା କ୍ରିକେଟ୍‌ ଦଳର ଘରୋଇ ଓ ଅନ୍ତର୍ଜାତୀୟସ୍ତରର ଖେଳାଳିଙ୍କୁ ମଧ୍ୟ ବିଭିନ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୨୦୧୮-୧୯ ସିଜନର ପ୍ରଦର୍ଶନକୁ ଆଧାର କରି ଏହି ପୁରସ୍କାର ଦିଆଯାଇଥିଲା। କଟକର ବାରବାଟୀ ଷ୍ଟାଡିୟମରେ ବର୍ତ୍ତମାନ ମହିଳା ଚ୍ୟାଲେଞ୍ଜର ଟ୍ରଫି ଟି୨୦ ପ୍ରତିଯୋଗିତା ଚାଲିଛି। ଏଥିରେ ଇଣ୍ଡିଆ-ଏ, ବି ଓ ସି ଦଳ ପରସ୍ପର ମଧ୍ୟରେ ରାଉଣ୍ଡ ରବିନଭିତ୍ତିରେ ମ୍ୟାଚ୍‌ ଖେଳୁଛନ୍ତି। ତେଣୁ ଭାରତୀୟ ଘରୋଇ ଓ ଜାତୀୟ ଦଳର ଅଧିକାଂଶ ଖେଳାଳି ଏହି ଅବସରରେ ଉପସ୍ଥିତ ରହିଥିଲେ। ଯେଉଁମାନଙ୍କ ମଧ୍ୟରେ ସ୍ମୃତି ମାନ୍ଧନା, ହରମନପ୍ରୀତ୍‌ କୌର, ପ୍ରିୟା ପୁନିଆ, ଶେଫାଳୀ ବର୍ମା, ଜେମିମା ରୋଡ୍ରିଗ୍ବେଜଙ୍କ ପରି ପ୍ରମୁଖ ଖେଳାଳି ଆକର୍ଷଣର କେନ୍ଦ୍ର ବିନ୍ଦୁ ରହିଥିଲେ।
କ୍ରିକେଟ ଭାଷ୍ୟକାର ସବା କରିମ, ପୂର୍ବତନ ଭାରତୀୟ ମହିଳା କ୍ରିକେଟ୍‌ ଅଧିନାୟିକା ମମଥା ମାବେନ, ମିଲାନ କ୍ରିକେଟ ଆସୋସିଏଶନ ସଭାପତି ନନ୍ଦ କୁମାର କୁରୁପ, ଓ୍ବିମେନ କ୍ରିକ୍‌ଜୋନ୍‌ ସିଇଓ ୟଶ ଲାହୋଟି, ସ୍ବର୍ଗତ ସିଦ୍ଧାନ୍ତ ପଟ୍ଟନାୟକଙ୍କ ଭଉଣୀ, ଅନନ୍ୟା ପଟ୍ଟନାୟକ, ମା ବର୍ଷା ପଟ୍ଟନାୟକ, ଅଭିଜିତ୍‌ କାନଭିଲକର, ଜଣାଶୁଣା ଖବରଦାତା ସୁନନ୍ଦା ଲେଲେ ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ।
ଅନ୍ତର୍ଜାତୀୟ ସମ୍ମାନ
ଶ୍ରେଷ୍ଠ ଭାରତୀୟ ବୋଲର- ପୁନମ ଯାଦବ
ଶ୍ରେଷ୍ଠ ଭାରତୀୟ ବ୍ୟାଟ୍ସଓମ୍ୟାନ- ସ୍ମୃତି ମାନ୍ଧନା
ଶ୍ରେଷ୍ଠ ଭାରତୀୟ କ୍ରିକେଟର୍‌- ଦୀପ୍ତି ଶର୍ମା
ପୁରସ୍କାର

Share