ଭଦ୍ରକ ଅଫିସ, ୨୩।୧୦: ଭଦ୍ରକ ଟାଉନ ଥାନା ରାଜଘାଟ ଛକ ନିକଟସ୍ଥ ସୀତାରାମ କମ୍ପ୍ଲେକ୍ସଠାରେ ଥିବା ଓମ୍ଫେଡ୍ ପାର୍ଲରରୁ ୪୦ ହଜାର ଟଙ୍କା ଚୋରି ହୋଇଛି। ଏ ନେଇ ପାର୍ଲର ମାଲିକ କମଳା ସାହୁ ଟାଉନ ଥାନାରେ ଏତଲା ଦାଏର କରିବା ପରେ ପୋଲିସ ନିକଟସ୍ଥ ଦୋକାନଗୁଡ଼ିକର ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଛି। ଦୋକାନୀ ଜଣଙ୍କ ସ୍ବଳ୍ପ ସମୟ ପାଇଁ ଅନୁପସ୍ଥିତ ଥିବା ସୁଯୋଗରେ କୌଣସି ଦୁର୍ବୃତ୍ତ କ୍ୟାସ୍ବକ୍ସରୁ ଗଣା ହୋଇ ରଖାଯାଇଥିବା ଟଙ୍କା ନେଇ ଚମ୍ପଟ ମାରିଥିବା ଜଣାପଡ଼ିଛି। ଲଗାତାର ସହରରେ ଚୋରି ଓ ଲୁଟ୍ ଘଟଣା ସହରବାସୀଙ୍କ ପାଇଁ ଏବେ ନିତିଦିନିଆ ପାଲଟିଛି।