Categories: ଫୁରସତ

ଓଲଟା ପିରାମିଡ୍‌ ସଦୃଶ ଲାଇବ୍ରେରୀ, ଜାଣନ୍ତୁ କେଉଁଠି…

ବିଶ୍ୱରେ ଏମିତି ଏକ ଲାଇବ୍ରେରୀ ଅଛି ଯାହା ଦେଖିବାକୁ ଓଲଟା ପିରାମିଡ୍‌ ସଦୃଶ। ବିଶ୍ୱାସ ହେଉ ନ ଥିଲେ ବି ସତ। ଜର୍ମାନୀର ଷ୍ଟଟ୍‌ଗାର୍ଟ ସିଟି ଲାଇବ୍ରେରୀ ଏପରି ଓଲଟା ମିରାମିଡ୍‌ ଆକାରରେ ତିଆରି କରାଯାଇଛି। ଏହା ୪୦ ମିଟର ଲମ୍ବ ଏବଂ ୯ ମହଲା ବିଶିଷ୍ଟ। ଏହି ଲାଇବ୍ରେରୀର ଚାରିକୋଣରେ ହଜାର ହଜାର ବହି ରଖାଯାଇଛି। ୟୁ ଇ ୟଙ୍ଗ୍‌ଙ୍କ ଦ୍ୱାରା ଏହାର ଡିଜାଇନ କରାଯାଇଛି।

ଏହା ଖାଲି ଲାଇବ୍ରେରୀ ନୁହେଁ। ଏଥିରେ ପିଲାଙ୍କ ପାଇଁ ଲାଇବ୍ରେରୀ, ମ୍ୟୁଜିକ୍‌, କାଫେ, ଆର୍ଟ ଗ୍ୟାଲେରୀ ଏବଂ ଷ୍ଟଡି ରୁମ୍‌ ମଧ୍ୟ ରହିଛି। ୨୦୧୧ ମସିହାରେ ଆରମ୍ଭ ହୋଇଥିବା ଏହି ଲାଇବ୍ରେରୀ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ। ୨୦୧୩ରେ ଏହାକୁ ରାଷ୍ଟ୍ରୀୟ ଲାଇବ୍ରେରୀ ସମ୍ମାନ ମିଳିସାରିଛି। ଏହାର କୋଠରୀଗୁଡ଼ିକ ଆକର୍ଷଣୀୟ। ଏକାସଙ୍ଗରେ ହଜାର ହଜାର ଲୋକେ ବସି ଏଠାରେ ପଢ଼ି ପାରିବେ।

Share