ଓଲଟିଲା ଇଞ୍ଜିନ ଚାଳିତ ରିକ୍ସା, ଚାଳକ ମୃତ

ଜଳେଶ୍ୱର, ୬।୯: ଜଳେଶ୍ୱର ଥାନା ଅନ୍ତର୍ଗତ ନାମ୍ପୋ ଫାଣ୍ଡି ନିକଟସ୍ଥ ଚନ୍ଦନେଶ୍ୱର-ଜଳେଶ୍ୱର ରାସ୍ତାର ବାଣିଦା ଛକ ନିକଟରେ ରଡ ବୋଝେଇ ଇଞ୍ଜିନ ଚାଳିତ ରିକ୍ସା ଭାରସାମ୍ୟ ହରାଇ ରାସ୍ତା କଡ଼ ନୟନଯୋରିକୁ ଓଲଟି ପଡିଥିଲା। ଫଳରେ ଚାଳକ ରିକ୍ସା ତଳେ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ରିକ୍ସା ଚାଳକ ହେଲେ ଜଳେଶ୍ୱର ପୌରାଞ୍ଚଳ ଅଲାଲପୁର ଗ୍ରାମର ସାନୁ ମାରାଣ୍ଡି(୩୦)। ସ୍ଥାନୀୟ ଲୋକେ ଜଳେଶ୍ୱର ଅଗ୍ନିଶମ ବିଭାଗକୁ ଖବର ଦେବା ପରେ କର୍ମଚାରୀମାନେ ଆସି ମୃତ ସାନୁଙ୍କୁ ଉଦ୍ଧାର କରିଥିଲେ। ଜଳେଶ୍ୱର ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Share