ବଡ଼ଗାଁ,୨୬।୩(ଅଶୋକ ଷଡ଼ଙ୍ଗୀ)-ବଡ଼ଗାଁ ଷ୍ଟେଟବ୍ୟାଙ୍କ ନିକଟ ରାଜ୍ୟ ରାଜପଥରେ ମଙ୍ଗଳବାର ସକାଳେ ଦୁର୍ଘଟଣାରେ ଏକ କୁକୁଡ଼ା ବୋଝେଇ ପିକ୍ଅପ୍ ଗାଡ଼ି ଓଲଟି ପଡ଼ିଥିଲା। ଏହାର ସୁଯୋଗ ନେଇ ଲୋକମାନେ କୁକୁଡ଼ା ସବୁ ଝାଂପି ନେଇ ଦୌଡ଼ି ପଳାଇଥିଲେ। ସୁନ୍ଦରଗଡ଼ ପଟୁ ରାଉରକେଲା ଯାଉଥିବା ଏକ କୁକୁଡ଼ା ବୋଝେଇ ପିକଅପ ଗାଡ଼ି ପଛପଟୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ କୁକୁଡ଼ା ବୋଝେଇ ଗାଡ଼ି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ପୋଲିସ ସୂଚନା ପାଇ ପହଞ୍ଚିଥିଲେ ଓ ବିପଦ ସଙ୍କୁଳ ଅବସ୍ଥାରେ ଗାଡ଼ି ଥିବାରୁ ଲୋକଙ୍କୁ ବୁଝାଇଥିଲେ। ଏହି ଦୁର୍ଘଟଣାରେ ଗାଡ଼ି ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।