Categories: ଅନୁଗୋଳ

ଓଲଟିଲା ଗ୍ୟାସ ଟ୍ୟାଙ୍କର

ଛେଣ୍ଡିପଦା,୧୦।୫(ସ୍ବ.ପ୍ର)- ଅନୁଗୋଳ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଥାନା ତୁବେ ଗ୍ରାମଠାରେ ରବିବାର ଅପରାହ୍ନରେ ଏକ ଗ୍ୟାସ ଟ୍ୟାଙ୍କର ରାସ୍ତାକଡ଼କୁ ଓଲଟିପଡିଥିଲା। ଏଥିରେ ଚାଳକଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ଅପରାହ୍ନ ପ୍ରାୟ ୫ଟାରେ ଟ୍ୟାଙ୍କରଟି ସମ୍ବଲପୁରରୁ କଟକ ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆହତମାନଙ୍କୁ ସ୍ଥାନୀୟ ଲୋକେ ଅନୁଗୋଳ ଜିଲା ଚିକିତ୍ସାଳୟକୁ ପଠାଇଥିଲେ। ଥାନା ସେକେଣ୍ଡ ଅଫିସର ଆଶିଷ କୁମାର ସ୍ବାଇଁ କହିଛନ୍ତି, ଘଟଣାସ୍ଥଳରେ ଟେକ୍ନିସିଆନ ଟିମ୍‌ ପହଞ୍ଚିଛନ୍ତି। ଟ୍ୟାଙ୍କରଟିକୁ ଅନ୍ୟ ଗାଡ଼ି ସହାୟତାରେ ସେଠାରୁ ସ୍ଥାନାନ୍ତର କରାଯିବ।