Advertisement

ଓଲଟିଲା ଗ୍ୟାସ ଟ୍ୟାଙ୍କର

ଜୟପୁର,୨୧।୪(ଡି.ଏନ୍‌.ଏ): କୋରାପୁଟ ଓ ଜୟପୁର ଘାଟି ମଧ୍ୟରେ ବାରିଣୀପୁଟ ନିକଟସ୍ଥ ଜାତୀୟ ରାଜପଥ ୨୬ରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୋମବାର ବିଳମ୍ବିତ ରାତିରେ ବାରିଣୀପୁଟ ନିକଟସ୍ଥ ଜାତୀୟ ରାଜପଥ ଦେଇ ରାୟପୁର ଅଭିମୁଖେ ଯାଉଥିବା ଗ୍ୟାସ ଟ୍ୟାଙ୍କରଟି ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା। ଖବର ପାଇ ଘଟଣାସ୍ଥଳରେ ବାରିଣୀପୁଟ ଫାଣ୍ଡି ପୋଲିସ, ଜୟପୁର ସଦର ପୋଲିସ ଓ ଅଗ୍ନିଶମ ବିଭାଗ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ ଟ୍ୟାଙ୍କରଟି ରାସ୍ତା ମଝିରେ ଓଲଟି ପଡିଥିବାରୁ ଶହ ଶହ ଗାଡି ରାସ୍ତାରେ ଅଟକି ରହିଛନ୍ତି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share