ଓଲଟିଲା ପଥର ବୋଝେଇ ହାଇଓ୍ବା, ବର୍ତ୍ତିଲେ ଡ୍ରାଇଭର

ହାଟଡିହି,୩୧।୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶିଆଡ଼ିମାଳିଆଠାରେ ମଙ୍ଗଳବାର ରାତିରେ ଏକ ହାଇୱା ଭାରସାମ୍ୟ ହରାଇ ଓଲଟିପଡ଼ିଛି ା ଡ୍ରାଇଭର ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ସାମାନ୍ୟ ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା ା ଖବରରୁ ଜଣାପଡ଼ିଛି, ହାଇୱାଟି ପଥର ବୋଝେଇ କରି ଆସୁଥିଲା ା ରାସ୍ତା କଡ଼ରେ ପାଣି ପାଇପ ପାଇଁ ଗାତ ଖୋଳାଯାଇଥିଲା ା ବର୍ଷା ପାଗ ହୋଇଥିବାରୁ ଖୋଳାଯାଇଥିବା ଗାତରେ ଚକା ପଶି ଓଲଟି ପଡ଼ିଥିଲା। ସୋସୋ ପୋଲିସ ଘଟଣାସ୍ଥଳରେ ପହଞ୍ଚିି ଅନୁସନ୍ଧାନ ଚଳାଇଥିବା ଜଣାପଡ଼ିଛି।