ଓଲଟିଲା ପିକ୍‌ଅପ୍‌ ଭ୍ୟାନ, ୧୫ ଆହତ

ପଦ୍ମପୁର,୧୨ା୧୦(ଡି.ଏନ୍‌.ଏ.)- ରାୟଗଡ଼ା ଜିଲା ହର୍ଲାଗୁଡା ଗ୍ରାମ ନିକଟ ବୁଲାଣି ରାସ୍ତାରେ ଏକ ପିକ୍‌ଅପ୍‌ ଭ୍ୟାନ ଓଲଟି ପଡିବାରୁ ୧୫ ଜଣ ଆହତ ହୋଇଛନ୍ତି ା ସେମାନଙ୍କୁ ପଦ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି ା ଆହତମାନେ ହେଲେ ଶିବାନୀ ରଇତ, ବିନୋତୀ ଗମାଙ୍ଗ, ଆସାମ ରଇତ, ସୁନୀ ରଇତ, ଅଭି ରଇତ, ସାନୀ ରଇତ, ପି. ତପନ, ଅବିର ରଇତ, ଲଡୁଆ ରଇତ ପ୍ରମୁଖ ା
ଗଜପତି ଜିଲାର ପରିମଳ ଗ୍ରାମ ଅଞ୍ଚଳରୁ ଶ୍ରମିକମାନେ ଶନିବାର ସନ୍ଧ୍ୟାରେ ଏକ ପିକ୍‌ଅପ୍‌ ଭ୍ୟାନରେ ଆସୁଥିଲେ ା ହର୍ଲାଗୁଡ଼ା ବୁଲାଣି ରାସ୍ତାରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତାରୁ ତଳକୁ ଖସି ପଡିଥିଲା ା ଫଳରେ ସମସ୍ତେ ଆହତ ହୋଇଥିଲେ ା ଖବରପାଇ ସେମାନଙ୍କ ଗ୍ରାମ ଲୋକେ ଘଟଣାସ୍ଥଳରେ ପହଞ୍ଚତ୍ ସେମାନଙ୍କୁ ଉଦ୍ଧାର କରି ପଦ୍ମପୁର ମେଡିକାଲକୁ ନେଇଥିଲେ ା