ବୋଲେରୋ ଦୁର୍ଘଟଣାଗ୍ରସ୍ତ : ବରଗଡ଼ ଯୋଗାଣ ଅଧିକାରିଣୀ ଗୁରୁତର

ସରଣ୍ଡା, ୪ା୭(ଡି.ଏନ୍‌.ଏ.) : ବରଗଡ଼ – ସମ୍ବଲପୁର ୫୩ ନଂ ଜାତୀୟ ରାଜପଥର ସରଣ୍ଡା ଛକ ନିକଟରେ ଗୁରୁବାର ସକାଳେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବରଗଡ଼ ଯୋଗାଣ ଅଧିକାରିଣୀ (ସିଭିଲ)ବୈଜୟନ୍ତୀ କୁଜୁର (୩୦), ମାଆ ନନ୍ଦିଆ କୁଜୁର (୫୪), ବଡ଼ଭାଇ କୁଜୁର(୩୩) ଓ ଅଢ଼େଇ ବର୍ଷର ଭଣଜା ଅଂଶୁ କୁଜୁର ଗୁରୁତର ହୋଇଛନ୍ତି।
ଘଟଣାରୁ ପ୍ରକାଶ ଯେ, ବୈଜୟନ୍ତୀ ପରିବାର ସହ ନିଜ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ବରଗଡ଼ରୁ ଏକ ବୋଲେରୋ (ଓଆର ୧୭ କେ ୧୦୨୧)ଯୋଗେ ସମ୍ବଲପୁର ଯାଉଥିଲେ। ତେବେ ସରଣ୍ଡା ନିକଟରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ବୋଲେରୋଟି ରାସ୍ତା ପାର୍ଶ୍ୱରେ ଥିବା ୧୦ ଫୁଟ ଖାଲକୁ ଖସିପଡ଼ିଥିଲା। ଗ୍ରାମବାସୀ ଗାଡ଼ି ଭିତରୁ ସମସ୍ତ ଆହତଙ୍କୁ ଉଦ୍ଧାର କରି ଅତାବିରା ପୋଲିସ ସହାୟତାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡ୍ରାଇଭର ଆଶିକ୍‌ କୁମାର ସାହୁଙ୍କୁ ଅତାବିରା ପୋଲିସ ଅଟକ ରଖି ତଦନ୍ତ ଚଳାଇଛି।