Categories: ରାୟଗଡା

ଓଲଟି ପଡ଼ିଲା ଛେଳି, ମେଣ୍ଢା ବୋଝେଇ ପିକ୍‌ଅପ : ୪୫ରୁ ଊର୍ଦ୍ଧ୍ୱ ମୃତ

ପଟାଙ୍ଗି,୧୭ା୬(ଡି.ଏନ୍‌.ଏ.) : କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ରାଲେଗଡ଼ା ପଞ୍ଚାୟତ ଅଧିନସ୍ଥ ତେଲରାଇ ଗ୍ରାମ ଛକ ନିକଟରେ ଜାତୀୟ ରାଜପଥ ଉପରେ ଏପି ୩୧ ଟିଏଚ୍‌ ୪୭୬୫ ନଂ ବିଶିଷ୍ଟ ଏକ ପିକ୍‌ଅପ ଛତିଶଗଡ଼ରୁ ଛେଳି ଓ ମେଣ୍ଢା ବୋଝେଇ କରି ଆନ୍ଧ୍ରର ବିଶାଖାପାଟଣା ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଏଥିରେ ଥିବା ୮୬ ଛେଳି ଓ ମେଣ୍ଢା ମଧ୍ୟରୁ ପ୍ରାୟ ୪୫ରୁ ଊର୍ଦ୍ଧ୍ୱ ଛେଳି ଏବଂ ମେଣ୍ଢାଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ମୃତ ଛେଳି, ମେଣ୍ଢାକୁ ଉଦ୍ଧାର କରିଥିବାବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।