ଟିପ୍ପର ଓଲଟିଲା : ଚାଳକ ଗୁରୁତର

କେନ୍ଦୁଝର,୨୦ା୫(ସ୍ବ.ପ୍ର.):ପଳାଶପଙ୍ଗା-ବାମେବାରୀ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଯାତାୟାତ ଅସୁରକ୍ଷିତ ହୋଇପଡୁଛି। ସୋମବାର ଏକ ଟିପ୍ପର ମଲଦା ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିବାରୁ ଚାଳକ ଗୁରୁତର ହୋଇଥିବା ଜଣାପଡିଛି। ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ ଡାକ୍ତରଖାନା ନିଆଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏହି ରାସ୍ତା ଖରାପ ଥିବାରୁ ଏଭଳି ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଥିବାରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହେଉଛି।