Advertisement

ଓଲଟି ପଡ଼ିଲା ଯାତ୍ରୀବାହୀ ଅଟୋ

ଦେବଗଡ,୨୬।୩(ଡି.ଏନ.ଏ.): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ଅଧୀନ ଖିଲେଇ ଗ୍ରାମରେ ଏକ ଯାତ୍ରୀବାହୀ ଅଟୋ ଓଲଟି ପଡିଛି। ସେଥିରେ ବସିଥିବା ୪ ଜଣ ମହିଳାଙ୍କ ସମେତ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ନୂଆଁଲୋଇ ଗ୍ରାମର ଏକ ପରିବାର ତାଙ୍କର ଜଣେ ସମ୍ପର୍କୀୟାଙ୍କୁ ପିଠା ଖୁଆଇବା ପାଇଁ ନୂଆଁଡିହି ଗ୍ରାମର ଏହି ଅଟୋ ଭଡା କରି ତିଲେଇବଣି ବ୍ଲକ ଚେପିଲି ପଞ୍ଚାୟତ ଅଧୀନ କୁଶପଙ୍ଗା ଗ୍ରାମକୁ ଆସୁଥିଲେ। ତେବେ ଅଟୋଟି ଖିଲେଇ ଛକରେ ପହଞ୍ଚିବା ସମୟରେ ରାଞ୍ଚତ୍-ବିଜୟୱାଡା ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ସେଥିରେ ବସିଥିବା ନୂଆଲୋଇ ଗ୍ରାମର ସବିତା ଅମାତ(୨୫), ଚକ୍ରଧରପୁର ଗ୍ରାମର ପ୍ରମିଳା ଉଦାବର(୬୦), ନିରୁ ଉଦାବର(୩୫), ଟୁନି ଉଦାବର ଓ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଦେବଗଡ ଜଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel