ଓଲା ଡ୍ରାଇଭରଙ୍କୁ ଆକ୍ରମଣ, କାର, ଅଫିସ ଭଙ୍ଗାରୁଜା ଘଟଣା : ଜେଲଗଲେ ୧୫ ଅଭିଯୁକ୍ତ

ଭୁବନେଶ୍ୱର, ୫।୭(ବ୍ୟୁରୋ) : ପୋଲିସ ଉପସ୍ଥିତିରେ ଓଲା କାର୍ଯ୍ୟାଳୟରେ ଭଙ୍ଗା ରୁଜା, ଓଲା ଡ୍ରାଇଭରଙ୍କୁ ଅଟକାଇ ମାଡ ମାରିବା ସହ ଗାଡି ଭାଙ୍ଗାରୁଜା ଘଟଣାରେ ପୋଲିସ ସଂପୃକ୍ତ ୧୫ଜଣଙ୍କୁ ଗିରଫ କରିଛି। ଶହୀଦନଗର ଥାନା ପୋଲିସ ସେମାନଙ୍କୁ ଗୁରୁବାର କୋର୍ଟଚାଲାଣ କରିଥିବାବେଳେ ସେଠାରେ ଜାମିନ ନାମଞ୍ଜୁର ହେବାରୁ ଜେଲ ପଠାଯାଇଛି। ସେମାନେ ହେଲେ ନୟାପଲ୍ଲୀ ଥାନା ସାଲିଆସାହିରେ ରହୁଥିବା ଚନ୍ଦ୍ର ମୋହନ ହେମ୍ବ୍ରମ(୨୯), ଦେବେନ୍ଦ୍ର ମୁର୍ମୁ (୩୨), ଯଦୁ ରଣା(୩୭), ଶିବଦତ୍ତ ଦାସ(୨୪), କେସୁରା ଅଞ୍ଚଳର ମଧୁସୂଦନ ସାହୁ(୩୮), ସିଦ୍ଧାର୍ଥ ରଥ (୨୬), ମଞ୍ଚେଶ୍ୱର ଥାନା ଅଞ୍ଚଳରେ ରହୁଥିବା କବିନ୍ଦ୍ରନାଥ ଓଝା(୪୨), ସଞ୍ଜୟ ସାହୁ(୩୧), ଖଣ୍ଡଗିରି ଥାନା ଅଞ୍ଚଳର ବିଶ୍ୱନାଥ ସେଠୀ(୩୯), କମଳାକାନ୍ତ ବେହେରା(୪୩), ଗଣେଶ୍ୱର ସେଠୀ (୪୨), ଏୟାରଫିଲ୍ଡ ଥାନା ଅଞ୍ଚଳର ଦିନେଶ କୁମାର ସାହୁ(୩୨), ଶିଶିର କୁମାର ବେହେରା(୩୪), ଚନ୍ଦ୍ରଶେଖରପୁର ଅଞ୍ଚଳର ବ୍ରହ୍ମାନନ୍ଦ ଖଟୁଆ(୪୦) ଏବଂ କମଳଲୋଚନ ସାହୁ(୨୯)। ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ବିରଞ୍ଚତ୍ ପତି କହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଓଲା କମ୍ପାନୀ ଠାରୁ ଲିଜ୍‌ ସୂତ୍ରରେ କାର୍‌ ନେଇ ଚଲାଉଥିବା ଡ୍ରାଇଭରମାନେ ବିଭିନ୍ନ ଦାବି ନେଇ କାର୍ଯ୍ୟବନ୍ଦ ସହ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ। ଏହି ସମୟରେ କଟକ ବିଡାନାସୀ ଥାନା ଅଞ୍ଚଳର ଅଜୟ ସାସମଲ କଟକରୁ ଗାଡି ଭଡାରେ ନେଇ ଭୁବନେଶ୍ୱର ଆସିଥିଲେ। ଫେରିବା ସମୟରେ ଶହୀଦନଗର ଅଞ୍ଚଳର ଦୁଇଜଣ ମହିଳା ଯାତ୍ରୀଙ୍କୁ ନେଇ କଟକ ଫେରୁଥିଲେ। ଶହୀଦନଗର ସ୍ଥିତ ଓଲା ଅଫିସ ଦେଇ ଯାଉଥିବାବେଳେ ଧାରଣାରତ ଡ୍ରାଇଭରମାନେ ତାଙ୍କୁ ଅଟକାଇଥିଲେ। ପଥରରେଛେଚି କାର କାଚ ଭାଙ୍ଗିବା ସହ ଡ୍ରାଇଭରଙ୍କୁ ମାଡ ମାରି ରାସ୍ତାରେ ଆଣ୍ଠେଇ ଦେଇଥିଲେ। ଭୟଭୀତ ଅବସ୍ଥାରେ ଦୁଇ ମହିଳା କାର ଛାଡି ଚାଲିଯାଥିଲେ। ଖବର ପାଇ ପୋଲିସ ପହଞ୍ଚତ୍ ପରିସ୍ଥିତିକୁ ନିୟନ୍ତ୍ର କରିଥିଲା। ମାତ୍ର ପରବର୍ତ୍ତୀ ସମୟରେ ପୋଲିସ ଉପସ୍ଥିତରେ ଧାରଣାରତ ଡ୍ରାଇଭରମାନେ ଅଫିସ ଭିତରକୁ ଧସେଇ ପଶିବା ସହ କମ୍ପ୍ୟୁଟର, ଟେବୁଲ, ଚେୟାର ଏବଂ ଅନ୍ୟାନ୍ୟ ଆସବାବପତ୍ର ଭଙ୍ଗା ରୁଜା କରିଥିଲେ। ଏ ନେଇ ଓଲା କର୍ତ୍ତୃପକ୍ଷ ଆଲୋକ କୁମାର ସେନାପତି ଥାନାରେ ଅଭିଯୋଗ କରିବା ପରେ ପୋଲିସ ନଂ ୨୯୩/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।

Share