ଓଲିଉଡ୍‌ ଅଭିନେତ୍ରୀ ଦୀପା ସାହୁ ଗୁରୁତର, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୨୦।୬(ବ୍ୟୁରୋ): ଓଡ଼ିଆ ଆଲବମ୍‌ କୁଇନ୍‌ ତଥା ଓଲିଉଡ୍‌ ଅଭିନେତ୍ରୀ ଦୀପା ସାହୁ ଅସୁସ୍ଥ। ତାଙ୍କୁ ଶନିବାର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।

ଦୀପା ଓଡିଆ ଆଲବମ ଇଣ୍ଡଷ୍ଟ୍ରିର ଜଣାଶୁଣା ନାମ। ୯୦ ଦଶକର ଶେଷ ଭାଗରେ ନିର୍ମିତ ‘ତୋର କୃଷ୍ଣ ଚୁଡା ରଙ୍ଗର ନାଲି ଓଢ଼ଣି’, ‘ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା’ ଏବଂ ‘ଏକଡା ଏକଡା ରା’ ଭଳି ହିଟ ଆଲବମ ଯୋଗୁ ସେ ଖ୍ୟାତି ଅର୍ଜନ କରିଥିଲେ। ଏହାଛଡ଼ା ଦୀପା ଅନେକ ସମ୍ବଲପୁରୀ ଭିଡିଓରେ କାମ କରିଛନ୍ତି। ଆଲବମ୍‌ରୁ ଲୋକପ୍ରିୟ ହେବା ପରେ ଚଳଚ୍ଚିତ୍ର ‘ନାରୀ ଆଖିରେ ନିଆଁ’ ଜରିଆରେ ସେ ଓଲିଉଡ୍‌ରେ ନିଜର ଡେବ୍ୟୁ କରିଥିଲେ। ତେବେ ସେ ଏକ ବର୍ଷ ପୂର୍ବେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏବେ ତାଙ୍କ ଅବସ୍ଥା ଖରାପ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Share