Categories: ଖେଳ

ଓଶାନେ ଥୋମାସଙ୍କ କାର ଦୁର୍ଘଟଣା

ଜାମାଇକା,୧୮।୨- ଓ୍ବେଷ୍ଟଇଣ୍ଡିଜ ପେସର ଓଶାନେ ଥୋମାସ ଗତ ରବିବାର କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ସେଣ୍ଟ କାଥେରିନର ହାଇଓ୍ବେ ୨୦୦୦ରେ ଦୁର୍ଘଟଣା ଘଟିଛି, ଯେଉଁଥିରେ ତାଙ୍କ କାର ଓଲଟି ପଡ଼ିଛି। ଦୁର୍ଘଟଣା ପରେ ମଧ୍ୟ ଥୋମାସ ଚେତା ହରାଇ ନ ଥିଲେ। ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା। ଓ୍ବେଷ୍ଟଇଣ୍ଡିଜ ଖେଳାଳି ଆସୋସିଏଶନ (ଡବ୍ଲ୍ୟୁଆଇପିଏ) ଖୁବ୍‌ଶୀଘ୍ର ସୁସ୍ଥ ହେବା ପାଇଁ ଶୁଭକାମନା ଜଣାଇଛି। ଏବେ ଶ୍ରୀଲଙ୍କାରେ ଦିନିକିଆ ସିରିଜ୍‌ ଖେଳୁଥିବା ଓ୍ବେଷ୍ଟଇଣ୍ଡିଜ ଦଳରେ ସ୍ଥାନ ପାଇ ନାହାନ୍ତି ଥୋମାସ। ଟି୨୦ ଦଳରେ ତାଙ୍କୁ ସ୍ଥାନ ନ ମିଳିଲେ ସେ ସିଧାସଳଖ ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିବେ।

Share