ଓସାମା ବିନ୍‌ ଲାଦେନଙ୍କ ପୁଅ ହମଜାଙ୍କ ପରଲୋକ

ଓ୍ବାଶିଂଟନ,୧।୮: ଅଲକାଏଦାର ମୁଖ୍ୟ ତଥା ବହୁ ଚର୍ଚ୍ଚିତ ଆତଙ୍କବାଦୀ ଓସାମା ବିନ୍‌ ଲାଦେନଙ୍କ ପୁଅ ହମଜା ବିନ୍‌ ଲାଦେନଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ଆମେରିକା ଗଣମାଧ୍ୟମ। ଏନ୍‌ବିସି ନ୍ୟୁଜର ସୂଚନା ଅନୁଯାୟୀ, ଆମେରିକାର ୩ ଅଧିକାରୀ ହମଜାଙ୍କ ପରଲୋକ ହୋଇଥିବା କହିଥିଲେ। ହେଲେ କେବେ କେଉଁଠି ତାଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ କରାଯାଇ ନାହିଁ। ଆମେରିକାର ଦୁଇ ଅଧିକାରୀ ନ୍ୟୁୟର୍କ ଟାଇମ୍ସକୁ ଦେଇଥିବା ଏକ ସୂଚନା ଅନୁଯାୟୀ, ଦୀର୍ଘ ୨ ବର୍ଷ ହେବା ଚାଲିଥିବା ଏକ ଅପରେଶନରେ ହମଜାଙ୍କ ମୃତ୍ୟୁ ହୋଇଛି। ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ନେଇ କୌଣସି ଟିପ୍ପଣୀ ଦେଇ ନାହାଁନ୍ତି। ଅଲକାଏଦାର ମୁଖ୍ୟଭାବେ ଆମେରିକା ହମଜାଙ୍କ ଉପରେ ଗତବର୍ଷ ମାର୍ଚ୍ଚରୁ ୧୦ ହଜାର ଡଲାର ପୁରସ୍କାର ରାଶି ଘୋଷଣା କରିଥିଲା। ଏହାସହ ତାଙ୍କ ସମ୍ପତ୍ତି ଜବତ କରିବା ଓ ହାମଜାଙ୍କ ଯାତ୍ରା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲା। ସୂଚନାଯୋଗ୍ୟ, ଲାଦେନଙ୍କ ୨୦ ପିଲାଙ୍କ ମଧ୍ୟରୁ ହାମଜା ହେଉଛନ୍ତି ୧୫ ନମ୍ବର ସନ୍ତାନ। ସେ ଲାଦେନଙ୍କ ତୃତୀୟ ପତ୍ନୀଙ୍କ ପୁଅ ବୋଲି କୁହାଯାଉଛି।

Share