Categories: ଖେଳ

ଓସିଏ ନିର୍ବାଚନ: ଆଜି ପ୍ରାର୍ଥିପତ୍ର ଦାଖଲ

କଟକ ଅଫିସ,୨୦ା୯- ବହୁ ପ୍ରତୀକ୍ଷିତ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) କର୍ମକର୍ତ୍ତା ନିର୍ବାଚନରେ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରାଯିବ । ଦିନ ସକାଳ ୧୦.୩୦ରୁ ସନ୍ଧ୍ୟା ୫ଟା ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ । ୨୧ ତାରିଖ ଦିନ ୧୨ଟା ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ ସର୍ମ୍ପକୀତ ଅଭିଯୋଗ ଗ୍ରହଣ କରାଯିବ । ପରେ ଦିନ ୧ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ୨୨ ତାରିଖ ଦିନ ୧ଟା ମଧ୍ୟରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ସମୟ ରହିଥିବା ବେଳେ ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ଚୂଡ଼ାନ୍ତ ପ୍ରାର୍ଥି ତାଲିକା ଘୋଷଣା କରାଯିବ । ଦୁଇଟି ଗୋଷ୍ଠୀ ନିର୍ବାଚନରେ ଅଂଶ ଗ୍ରହଣ କରୁଥିବା ବେଳେ ଉଭୟ ପକ୍ଷରୁ କେବଳ ସଭାପତି ଓ ସମ୍ପାଦକଙ୍କ ନାମ ଘୋଷଣା ହୋଇଛି । ଅନ୍ୟ ପଦବୀ ଗୁଡ଼ିକ ନିମନ୍ତେ ଉଭୟ ଗୋଷ୍ଠୀ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

Share