ଓସିଏ ନିର୍ବାଚନ: ପଙ୍କଜ ସଭାପତି, ସଞ୍ଜୟ ହେଲେ ସମ୍ପାଦକ

ଭୁବନେଶ୍ୱର, ୨୭।୯(ବ୍ୟୁରୋ): ଶେଷ ହୋଇଛି ବହୁ ପ୍ରତୀକ୍ଷିତ ଓଡ଼ିଶା କ୍ରିକେଟ ଆସୋସିଏଶନ୍‌(ଓସିଏ)ର କର୍ମକର୍ତ୍ତା ନିର୍ବାଚନ। ବାରବାଟୀ ଷ୍ଟାଡିୟମର ଓସିଏ ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ ନିର୍ବାଚନରେ ସଭାପତି ଭାବେ ବୈାଦ୍ଧ ଜିଲାର ପଙ୍କଜ ଲୋଚନ ମହାନ୍ତି ନିର୍ବାଚିତ ହୋଇଛନ୍ତି। ସେହିଭଳି ସମ୍ପାଦକ ଭାବେ କଟକ ଜିଲା ପ୍ରତିନିଧି ସଞ୍ଜୟ ବେହେରା ନିର୍ବାଚିତ ହୋଇଛନ୍ତି। ସଞ୍ଜୟଙ୍କୁ ମୋଟ ୭୩ ଭୋଟରୁ ୪୫ ଭୋଟ ମିଳିଥିବା ସୂଚନା ମିଳିଛି। ତାଙ୍କ ପ୍ରତିନ୍ଦ୍ୱନ୍ଦୀ ନବ ପଟ୍ଟନାୟକଙ୍କୁ ୨୫ ଭୋଟ ମିଳିଛି। ସେହିଭଳି ଉପସଭାପତି ଭାବେ ଅନୁଗୋଳ ଜିଲା ପ୍ରତିନିଧି ଅକ୍ଷୟ କୁମାର ସାମନ୍ତ, ଯୁଗ୍ମ ସମ୍ପାଦକ ଭାବେ ମେହତାବ ଖାନ, କୋଷାଧ୍ୟକ୍ଷ ଭାବେ ଖୋର୍ଦ୍ଧା ଜିଲାର ପ୍ରତିନିଧି ବିକାଶ ପ୍ରଧାନ ଜିତିଥିବା ଜଣାପଡ଼ିଛି।

ପ୍ରକାଶଯୋଗ୍ୟ, ଓସିଏର ମୋଟ ୬ଟି ପଦବୀ ନିମନ୍ତେ ନିର୍ବାଚନ ହେବାକୁ ସ୍ଥିର ହୋଇଥିଲା। ତେବେ ଗୋଟିଏ ପଦବୀ ନିନ୍ଦ୍ୱନ୍ଦରେ ପୂରଣ ହୋଇଥିବା ବେଳେ ୫ ପଦବୀରେ ୧୦ ପ୍ରାର୍ଥୀ ମୁହାଁମୁହିଁ ହୋଇଥିଲେ।

Share