Posted inଖେଳ

ଓସିଏ ସମ୍ବିଧାନ ସଂଶୋଧନ ଘଟଣା: ଆମିକସ୍‌ କ୍ୟୁରିଙ୍କୁ ଭେଟିଲେ ଆଶୀର୍ବାଦ, ଧୀରେନ, ଦୀପକ

କଟକ ଅଫିସ,୧୩ା୫- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ସମ୍ବିଧାନ ସଂଶୋଧନକୁ ନେଇ ଏବେ ବି ଅଡୁଆ ରହିଛି। ପୂର୍ଣ୍ଣ ସଦସ୍ୟତା ଦେବା କ୍ଷେତ୍ରରେ ଟାଳଟୁଳ ନୀତି ଆପଣାଯାଇଛି ବୋଲି ରାଜ୍ୟର ବିଭିନ୍ନ କ୍ରିକେଟ କ୍ଲବ ଅଭିଯୋଗ କରିଛନ୍ତି। ଏହି ଅଡୁଆ ତୁଟାଇବାକୁ ବିସିସିଆଇ ଆମିକସ୍‌ କ୍ୟୁରି ଶନିବାର ସ୍ବତନ୍ତ୍ର ବୈଠକ ଡକାଇଥିଲେ। ଦିଲ୍ଲୀ ସୁପ୍ରିମକୋର୍ଟରେ ଆମିକସ୍‌ କ୍ୟୁରି ପି.ଏସ୍‌. ନରିସୀମାଙ୍କୁ ଭେଟିଛନ୍ତି ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା, କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ଧୀରେନ ପଲାଇ ଓ ରାମେଶ୍ୱର ସ୍ପୋର୍ଟିଂ ସମ୍ପାଦକ ଦୀପକ ମଙ୍ଗରାଜ। ଓଡ଼ିଶା କ୍ରିକେଟର ଭାଗ୍ୟ, ଭବିଷ୍ୟତକୁ ନେଇ ଦୀର୍ଘ ସମୟର ଆଲୋଚନା ହୋଇଛି। ସମ୍ବିଧାନ ସଂଶୋଧନକୁ ନେଇ ରହିଥିବା ବିବାଦକୁ ତୁଟାଇବାକୁ ଆମିକସ୍‌ କ୍ୟୁରି ମତ ରଖିଛନ୍ତି। ତିନିଜଣଙ୍କୁ ପୃଥକ୍‌ ପୃଥକ୍‌ ଭାବେ ଆମିକସ୍‌ କ୍ୟୁରି ଡାକି ପଚରାଉଚରା କରିଛନ୍ତି। ଏହି ବୈଠକ ଓ ଆଲୋଚନାରୁ ଏହା ପ୍ରତିଫଳିତ ହେଉଛି ଯେ, ଓସିଏ ନିର୍ବାଚନ ପାଖେଇ ଆସୁଛି। ଓସିଏର ସମ୍ବିଧାନକୁ ତ୍ରୁଟିଶୂନ୍ୟ କରାଯାଇ ଓ ବିଭିନ୍ନ କ୍ଲବ, ସଙ୍ଗଠନର ଅଭିଯୋଗକୁ ସମାଧାନ କରାଯାଇ ନିର୍ବାଚନ ନିମନ୍ତେ ପ୍ରସ୍ତୁତ ହେବାର ଏହା ପୂର୍ବାଭାଷ।

ଅଗଷ୍ଟ ୨୧ରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)କୁ ସମ୍ବିଧାନ ସଂଶୋଧନ କରାଯିବା ନେଇ ନିର୍ଦ୍ଦେଶ ଆସିଥିଲା। ନିର୍ଦ୍ଦେଶନାମାରେ ଏକ ମାସ ମଧ୍ୟରେ ସମ୍ବିଧାନ ସଂଶୋଧନ ସମ୍ପର୍କିତ ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ଏ ନେଇ ଓସିଏ ପକ୍ଷରୁ ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକ ଡକାଯିବା ପରେ ସମସ୍ତଙ୍କ ମତ ଲୋଡ଼ି ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ଓସିଏ କାର୍ଯ୍ୟକାରୀ କମିଟି ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ କୁହାଯାଇଥିଲା। ମାତ୍ର ବୈଠକ ଡକା ନ ଯାଇ ସମ୍ବିଧାନ ସଂଶୋଧନ ରିପୋର୍ଟ ପ୍ରସ୍ତୁତ କରାଯାଇ ପଠାସରିଛି ବୋଲି ଜଣାପଡ଼ିବା ପରେ ସେପ୍ଟେମ୍ବର ଶେଷ ସପ୍ତାହରେ ରାଜ୍ୟ କ୍ରିକେଟ କ୍ଷେତ୍ରରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା। ସମ୍ବିଧାନ ସଂଶୋଧନ ରିପୋର୍ଟରେ କ୍ଲବଗୁଡ଼ିକୁ ବାଦ୍‌ ଦିଆଯାଇଥିବା ଜାଣି ପ୍ରମୁଖ କ୍ଲବର ମାଲିକମାନେ ମେଳି ବାନ୍ଧିବା ସହ ଏହାକୁ ତୀବ୍ର ବିରୋଧ କରିଥିଲେ। ଏପରି କି ଏ ନେଇ କ୍ଲବ ମାଲିକମାନେ ବିସିସିଆଇର ସିଇଓ ରାହୁଲ ଜୋହରୀ ଓ ସିଓଏର ଅଧ୍ୟକ୍ଷ ବିନୋଦ ରୟଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ଏପରି କି ବରିଷ୍ଠ କ୍ରୀଡ଼ା ସଙ୍ଗଠକମାନେ ଆଇନର ଦ୍ୱାରସ୍ଥ ମଧ୍ୟ ହୋଇଥିବା ଜଣାପଡ଼ିଥିଲା। ଯେଉଁ ୨୦ଟି କ୍ଲବର ନାମ ଓସିଏ ପଠାଇଛି ସେଗୁଡ଼ିକ ହେଲା- ଟାଉନ କ୍ଲବ, ରୋଭର୍ସ କ୍ଲବ, ଜୟଦୁର୍ଗା କ୍ଲବ, ସନ୍‌ରାଇଜ କ୍ଲବ, ସନ୍‌ସାଇନ କ୍ଲବ, କିଶୋର କ୍ଲବ, ରୟାଲ କ୍ଲବ, ବିସିୟୁ, ମଙ୍ଗଳା କ୍ଲବ, ସହିଦ ସ୍ପୋର୍ଟିଂ କ୍ଲବ, ଏଲ୍‌ଆଇସି ସ୍ପୋଟର୍‌ସ କ୍ଲବ, ରାଇଜିଂ ଷ୍ଟାର କ୍ଲବ, ଓଜିପି କ୍ଲବ, ଜଗତପୁର ଆଥ୍‌ଲେଟିକ ଆସୋସିଏଶନ, ଏସିସି, ଏସ୍‌ବିଆଇ ସ୍ପୋର୍ଟସ କ୍ଲବ, ରାଇଜିଂ ଷ୍ଟୁଡେଣ୍ଟ କ୍ଲବ, ୟୁନିୟନ ସ୍ପୋର୍ଟିଂ କ୍ଲବ, ବିଶ୍ୱଭାରତୀ କ୍ଲବ ଓ ଜୁଭେନାଇଲ କ୍ଲବ। ଓସିଏ ପୂର୍ବତନ ସମ୍ପାଦକ ଆଶୀର୍ବାଦଙ୍କୁ କ୍ଲବ, ସ୍କୁଲ ଓ କଲେଜର ସଦସ୍ୟତା ନେଇ ଆମିକସ୍‌ ଅଧିକ ପଚରାଉଚରା କରିଛନ୍ତି। ଆଗାମୀ ଦିନରେ ବିଭିନ୍ନ ଘରୋଇ ଟୁର୍ନାମେଣ୍ଟର ତାରିଖ ପାଖେଇ ଆସୁଥିବାରୁ ପୂର୍ଣ୍ଣ ସଦସ୍ୟତା ଦେବା କ୍ଷେତ୍ରରେ ହେଉଥିବା ସମସ୍ୟାର ସମାଧାନ ନେଇ ମତ ରଖିବାକୁ ଆଶୀର୍ବାଦଙ୍କୁ କୁହାଯାଇଥିଲା। ପୂର୍ବରୁ ଓସିଏର ବାଇ ଲ’ ଅନୁଯାୟୀ କ୍ଲବ, ସ୍କୁଲ ଓ କଲେଜକୁ ସଦସ୍ୟତା ମିଳିଛି ବୋଲି ଆଶୀର୍ବାଦ କହିଥିଲେ। ଏହାଛଡ଼ା ଓସିଏର ସମସ୍ତ ପଦବୀ ଫାଙ୍କା ହେବା ପରଠାରୁ କାର୍ଯ୍ୟକାରୀ କମିଟି ଗଠନ କରାଯାଇ ବିଭିନ୍ନ କାର୍ଯ୍ୟ ଆଗେଇନେବା ସମ୍ପର୍କରେ ମଧ୍ୟ ଆଶୀର୍ବାଦ ଆଲୋଚନା କରିଛନ୍ତି। ଓସିଏରେ ମୁଖ୍ୟ ସମସ୍ୟା କ’ଣ ରହିଛି ବୋଲି ଆମିକସ୍‌ କ୍ୟୁରି କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ଧୀରେନ ପଲାଇଙ୍କୁ ପଚାରିଥିଲେ। ଏହାର ଜବାବରେ ଅଧ୍ୟକ୍ଷ ପଲାଇ କେବଳ ଅର୍ଥସଙ୍କଟ ବୋଲି ମତ ଦେଇଛନ୍ତି। ସମ୍ବିଧାନ ସଂଶୋଧନର ପ୍ରାଥମିକ ପର୍ଯ୍ୟାୟରେ ବିଭିନ୍ନ କ୍ଲବଗୁଡ଼ିକୁ ସଦସ୍ୟତା ନ ଦେବାର ପ୍ରଶ୍ନରେ ଅଧ୍ୟକ୍ଷ ପଲାଇ କହିଥିଲେ ଯେ, ଲୋଧା କମିଟିର ସୁପାରିସ ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯାଉଥିଲା। ନିୟମ ବାହାରକୁ ଯାଇ କୌଣସି କାର୍ଯ୍ୟ କରାଯାଇନାହିଁ। କ୍ଲବଗୁଡ଼ିକୁ ସଦସ୍ୟତା ଦିଆଯିବ କି ନାହିଁ ସେ ନେଇ ଅନେକଥର ସିଓଏକୁ ଚିଠି ଲେଖାଯାଇଥିଲା ବୋଲି ସେ କହିଥିଲେ। ଭୁବନେଶ୍ୱରର ଦୁଇ କ୍ଲବ ରାମେଶ୍ୱର ସ୍ପୋର୍ଟିଂ ଓ ସହିଦ ସ୍ପୋର୍ଟିଂ ସଦସ୍ୟତା ନେଇ ପୂର୍ବରୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଦୁଇ କ୍ଲବ ପକ୍ଷରୁ ରାମେଶ୍ୱର ସ୍ପୋର୍ଟିଂ ସମ୍ପାଦକ ଦୀପକ ମଙ୍ଗରାଜ ଆମିକସ୍‌ କ୍ୟୁରିଙ୍କ ନିକଟରେ ହାଜର ହୋଇଥିଲେ। ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିଥିଲେ ମଧ୍ୟ ପୂର୍ଣ୍ଣ ସଦସ୍ୟତା ଦିଆ ନ ଯିବା ଦୁର୍ଭାଗ୍ୟଜନକ ବୋଲି ଦୀପକ ମତ ଦେଇଥିଲେ। ଦୀପକ ନିଜେ ଜଣେ ଜାତୀୟସ୍ତରର


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ବଲ୍‌ରେ ଇତିହାସ ରଚିଲେ ଶାମି, ପରେ କରିଦେଲେ ବଡ଼ ଭୁଲ; ଦେଖିବାକୁ ମିଳିଲା..  

ନୂଆଦିଲ୍ଲୀ,୨୫।୪: IPL ୨୦୨୫ର ୪୩ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦର ଦ୍ରୁତ ବୋଲର ମହମ୍ମଦ ଶାମି ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ପ୍ରଥମ ବଲ୍‌ରେ ଇତିହାସ ରଚିଛନ୍ତି।...

ବାସ୍କେଟ ବଲ କ୍ରୀଡ଼ା ଉତ୍ସବ: ସାମିଲ ହେଲେ ୧୨ ବିଦ୍ୟାଳୟ

ସମ୍ବଲପୁର,୨୫ା୪(ବି.ଶଙ୍କର): ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନର ସମ୍ଭାଗସ୍ତରୀୟ ତିନିଦିନିଆ ବାସ୍କେଟ୍‌ ବଲ କ୍ରୀଡ଼ା ଉତ୍ସବ ସମ୍ବଲପୁରସ୍ଥିତ ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଶୁକ୍ରବାର ଶୁଭାରମ୍ଭ ହୋଇଯାଇଛି।...

ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ପହଞ୍ଚିଲା ଆର୍‌ସିବି, ଜାଣନ୍ତୁ କେଉଁ ଦଳ ପ୍ରଥମ, ଦ୍ୱିତୀୟ

ବେଙ୍ଗାଲୁରୁ,୨୫ା୪: ବିରାଟ କୋହଲିଙ୍କ ଅର୍ଦ୍ଧଶତକ ଓ ଜୋଶ ହାଜେଲଉଡଙ୍କ ୪ ଉଇକେଟ ସଫଳତା ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୧ ରନ୍‌ରେ ରାଜସ୍ଥାନ ରୟାଲ୍ସ...

ପାକିସ୍ତାନ ସହ ଖେଳିବ ନାହିଁ କି ଭାରତ: ପହଲଗାମ ଆକ୍ରମଣ ପରେ ICCକୁ ଚିଠି ଲେଖିଲା BCCI

ନୂଆଦିଲ୍ଲୀ,୨୫।୪: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଭାରତୀୟ କ୍ରିକେଟ ଦଳ ଆଉ ପାକିସ୍ତାନ ସହିତ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳିବ ନାହିଁ। ଉଭୟ ଦଳ...

ଟି-୨୦ ବଡ଼ କାରନାମା କଲେ ବିରାଟ କୋହଲି: ବାବର ଆଜମଙ୍କୁ ପଛରେ ପକାଇଲେ

ବେଙ୍ଗାଲୁରୁ,୨୫।୪:ଆଇପିଏଲ ୨୦୨୫ର ୪୨ତମ ମ୍ୟାଚ ବେଙ୍ଗାଲୁରୁର ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ RCB...

ଆରମ୍ଭ ହେଲା କବାଡ଼ି ପ୍ରମିୟର ଲିଗ୍‌: ସାମିଲ ହେଲେ ୧୨ ଦଳ

ସମ୍ବଲପୁର,୨୪ା୪(ବି.ଶଙ୍କର): ସମ୍ବଲପୁର କବାଡ଼ି କ୍ଲବ ଓ ସମ୍ବଲପୁର ବଏଜ ମିଳିତ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ସମ୍ବଲପୁର କବାଡ଼ି ପ୍ରିମିୟର ଲିଗ(ଏସ୍‌କେପିଏଲ) ଗୁରୁବାର ରାତିରେ ଗଙ୍ଗାଧର ମୁକ୍ତ...

ଭାରତ ଆସିବେନି ନଦିମ

ନୂଆଦିଲ୍ଲୀ,୨୪ା୪: ଆସନ୍ତା ମେ’ ୨୪ ତାରିଖରୁ ବେଙ୍ଗାଲୁରୁରେ ହେବାକୁ ଥିବା ନୀରଜ ଚୋପ୍ରା କ୍ଲାସିକ ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପାକିସ୍ତାନର ଅଲିମ୍ପିକ ଚାମ୍ପିୟନ ଅର୍ଶଦ ନଦିମ...

ମାଡ୍ରିଡ୍‌ ଓପନରୁ ଓହରିଲେ ଅଲ୍‌କାରାଜ

ମାଡ୍ରିଡ୍‌,୨୪ା୪: ଇଞ୍ଜୁରୀ ଯୋଗୁ ଦର୍ଶକଙ୍କ ଫେଭରାଇଟ୍‌ କାର୍ଲୋସ ଅଲ୍‌କାରାଜ ମାଡ୍ରିଡ୍‌ ଓପନ ଟେନିସ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। ଗତ ରବିବାର ବାର୍ସିଲୋନା ଓପନ ଫାଇନାଲ ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image