ଓସ୍କାର ଆଓ୍ବାର୍ଡ: ଇତିହାସ ରଚିଲା ‘ପାରାସାଇଟ୍‌’

କାଲିଫର୍ନିଆ,୧୦।୨: ମନୋରଞ୍ଜନ ଜଗତର ସର୍ବଶ୍ରେଷ୍ଠ ସମ୍ମାନ ଓସ୍କାର ପୁରସ୍କାର ପ୍ରଦାନ କରାଯାଇଛି। ୨୦୨୦ ମସିହାର ୯୨ ତମ ଓସ୍କାର ଆଓ୍ବାର୍ଡ ଆମେରିକାର ଲସ୍‌ ଆଞ୍ଜେଲସ ସହରର ଡଲବି ଥିଏଟରରେ ଆରମ୍ଭ ହୋଇଛି। ସୋମ ମେଣ୍ଡେସଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ୧୯୧୭କୁ ଏପର୍ଯ୍ୟନ୍ତ ୩ଟି ଓସ୍କାର ମିଳିସାରିଥିବା ଜଣାପଡିଛି। ଏହି ଫିଲ୍ମକୁ ସର୍ବଶ୍ରେଷ୍ଠ ସିନେମାଟୋଗ୍ରାଫି, ଭିଜୁଆଲ ଇଫେକ୍ଟ ଓ ସାଉଣ୍ଡ ମିକ୍ସିଙ୍ଗ ପାଇଁ ଏହି ପୁରସ୍କାର ମିଳିଛି। ସର୍ବଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର ସାଉଥ୍‌ କୋରିଆର ‘ପାରାସାଇଟ୍‌’କୁ ମିଳିଛି। ଏହା ସାଉଥ୍‌ କୋରିଆର ପ୍ରଥମ ଫିଲ୍ମ ଭାବେ ଓସ୍କାର ଦୌଡରେ ସାମିଲ ହେବା ସହ ବାଜି ମାରିଛି। ତେବେ ଏଥର ଏହି ଆଓ୍ବାର୍ଡର ନାମରେ ପରିବର୍ତ୍ତନ କରାଯାଇଛି। ଏହା ବେଷ୍ଟ ଇଣ୍ଟରନ୍ୟାଶନାଲ ଫିଚର ଫିଲ୍ମ ଫ୍ରମ୍‌ ବେଷ୍ଟ ଫରେନ୍‌ ଲାଙ୍ଗୁଏଜ୍‌ ଫିଲ୍ମ କରାଯାଇଛି। ଏଥର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପ୍ରଡକସନ୍‌ ଡେବ୍ୟୁ ‘ଆମେରିକାନ ଫ୍ୟାକ୍ଟ୍ରି’କୁ ମଧ୍ୟ ଓସ୍କାର ଆଓ୍ବାର୍ଡ ମିଳିଛି। ‘ଓ୍ବାନ୍ସ ଅପନ ଏ ଟାଇମ୍‌ ଇନ ହଲିଉଡ’ ପାଇଁ ବ୍ରାଡ ପିଟଙ୍କୁ ସର୍ବଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ପୁରସ୍କାର ମିଳିଛି। ‘ଜୋକର’ ଫିଲ୍ମରେ ଅଭିନୟ ପାଇଁ ଜାକ୍ୟୁନ ଫୋନିକ୍ସଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଓସ୍କାର ସମ୍ମାନରେ ସମ୍ମାନୀତ କରାଯାଇଛି। ସେହିପରି ଫିଲ୍ମ ‘ଜୁଡି’ ପାଇଁ ରିନି ଜେଲଓ୍ବେଜର ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି।

Share